ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ମାରିଲା କିଏ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ଚର୍ଚ୍ଚାକୁ ଫେରିଲା ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା । ଝିଅ ଦୀପାଳି ଦାସ ଗଣମାଧ୍ୟମରେ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବାର ୨୪ ଘଣ୍ଟା ନପୂରୁଣୁ ବଡ଼ ବୟାନ ଦେଇଛନ୍ତି ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ଗୋପାଳଙ୍କ ଓକିଲଙ୍କ ଏକ ପ୍ରଶ୍ନ, ଏବେ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ କହିବା କଥା ଅନୁଯାୟୀ, ହତ୍ୟା ଘଟଣା ଦିନ ଗୋପାଳଙ୍କୁ ନବ ଦାସଙ୍କ ସୁରକ୍ଷାରେ ମୂତୟନ କରାଯାଇଥିଲା କିନ୍ତୁ ଗୋପାଳଙ୍କ ଗୁଳିରେ ନବଙ୍କ ମୃତ୍ୟୁ ହୋଇନି । କାରଣ ଘଟଣା ଘଟିବା ପୂର୍ବରୁ ଗୁଳି କିମ୍ବା ବାଣ ଫୁଟିବା ଭଳି ଏକ ଶବ୍ଦ ଗୋପାଳ ଶୁଣିଥିଲେ ତେଣୁ କାଳେ ଅଘଟଣ ଘଟିଯିବ ବୋଲି ଭାବି ସତର୍କ ହୋଇ ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚାଳନା କରିଥିଲେ । ଏପରିକି ଗୋପାଳ ୩ ଥର ବ୍ଲାଙ୍କ୍ ଫାୟାରିଂ କରିଥିଲେ ବୋଲି ତାଙ୍କ ଓକିଲ ଗଣମାଧ୍ୟମରେ ବୟାନ ଦେଇଛନ୍ତି ।

ସବୁଠାରୁ ବଡ଼କଥା ହେଲା, ଗୁଳିମାଡ଼ରେ ଜୁଡ଼ୁବୁଡ଼ୁ ହୋଇଥିବା ନବଙ୍କ ରକ୍ତ ଭିଜା ସାର୍ଟ କେଉଁ ଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଗୋପାଳଙ୍କ ଓକିଲ । କ୍ରାଇମବ୍ରାଞ୍ଚ ଦେଇଥିବା ସିଜ୍ ଲିଷ୍ଟରେ ନବ ଦାସଙ୍କ ରକ୍ତଭିଜା ସାର୍ଟଟି ମିସିଂ ଅଛି, ଯାହା ଦ୍ୱାରା ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି ଗୋପାଳଙ୍କ ଓକିଲ ନରେଶ ନାୟକ । ତେବେ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଦିନେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଣି ଗୋପାଳଙ୍କ ଓକିଲ ଦେଇଥିବା ବୟାନ ପୁଣି ଷଡ଼ଯନ୍ତ୍ର ଆଡକୁ ବଡ଼ ଇସାରା କରୁଛି l

ଅନ୍ୟପଟେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡି ନେତା ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ଗୁଳି ମାଡ଼ ହୋଇଥିଲା ବୋଲି ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ତେବେ ଦେଖାଯାଉ ନବଙ୍କ ହତ୍ୟାକାଣ୍ଡର ପ୍ରକୃତ ଦୋଷୀ ଧରାହୋଉଛି ନା ନିର୍ଦୋଷୀ ବଳି ପଡୁଛି…..

 

LEAVE A REPLY

Please enter your comment!
Please enter your name here