Who will be the Deputy Speaker of the Lok Sabha?

0
Oplus_131072

କିଏ ହେବ ଲୋକସଭାର ଉପ-ବାଚସ୍ପତି

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ୧୮ତମ ଲୋକସଭାର ପ୍ରଥମ ଅଧିବେଶନରେ ବାଚସ୍ପତି ପରେ ଉପ-ବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ କଥା କଟାକଟି ଲାଗିଛି । ସରକାରଙ୍କ ତରଫରୁ ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏବେ ଡେପୁଟୀ କିଏ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏହାରି ଭିତରେ ଓମ ବିର୍ଲା ଲୋକସଭା ପରିଚାଳନା ପାଇଁ ଏକ ପ୍ୟାନେଲ ଗଠନ କରିଛନ୍ତି । ଯେଉଁମାନେ ତାଙ୍କ ଉପସ୍ଥିତିରେ ଲୋକସଭା ବାଚସ୍ପତି ଭାବରେ ପରିଚାଳନା ଦାୟିତ୍ୱ ତୁଲାଇବେ ।

ଯାହାକୁ ନେଇ ଚର୍ଚ୍ଚା ଏହା ବି ହେଉଛି ଯ, ଏନଡିଏ ହୁଏତ ଡେପୁଟି ପଦ ଖାଲି ରଖିବାକୁ ଚାହୁଁଛି।ସେପଟେ ଇଣ୍ଡିଆ ବ୍ଲକ୍ ସପା ସାଂସଦ ଅବଧେଶ ପ୍ରସାଦଙ୍କୁ ଡେପୁଟି ପଦ ଦେବା ପାଇଁ ଅଡି ବସିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଓମ ବିର୍ଲା ତାଙ୍କୁ ବି ନିଜ ସହଯୋଗୀ ପ୍ୟାନେଲରେ ରଖି ବିରୋଧୀଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛନ୍ତି । ବିର୍ଲାଙ୍କ ଟିମରେ ୯ ଜଣ ସଦସ୍ୟ ରହିଛନ୍ତି । ଏଥିରେ ବିଜେପିରୁ ୪, କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି, ଡିଏମକେ ଓ ଟିଡିପିରୁ ଜଣେ ଲଖାଏଁ ରହିଛନ୍ତି । ବାଚସ୍ପତିଙ୍କୁ ଅନୁପସ୍ଥିତିରେ ଏମାନେ ସଂସଦ ପରିଚଳନା କରିବା ସହ ସବୁ କ୍ଷମତା ବି ଉପଭୋଗ କରିପାରିବେ ।ତେବେ ୧୭ତମ ଲୋକସଭାରେ କାହାକୁ ଉପ ବାଚସ୍ପତିଙ୍କ ପଦରେ ନିଯୁକ୍ତ କରାଯାଇନଥିଲା । କିନ୍ତୁ ଚଳିତ ବର୍ଷ ଉପ ବାଚସ୍ପତିଙ୍କ ପଦର ଗୁରୁତ୍ୱ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here