କିଏ ହେବେ ଲୋକସଭା ବାଚସ୍ପତି
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ଭାରତ ରାଜନୀତି ଇତିହାସରେ ଯାହା ଘଟି ନଥିଲା, ତାହା ହେବାକୁ ଯାଉଛି। ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ। ବାଚସ୍ପତି ପଦ ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଶାସକ ଏନଡିଏ ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବାଛିଥିବା ବେଳେ ବିରୋଧୀ କେ. ସୁରେଶଙ୍କୁ ନିଜର ପ୍ରାର୍ଥୀ ବାଛିଛନ୍ତି।ସଂସଦ ଭବନରେ ଲୋକସଭା ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଓମ୍ ବିର୍ଲାଙ୍କ ସପକ୍ଷରେ ଏନଡିଏର ନେତାମାନେ ୧୦ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି ସାଂସଦ ଅମିତ ଶାହା, ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରାଯାଇଛି।
ସେହିପରି ବିରୋଧୀ ପ୍ରାର୍ଥୀ କେ.ସୁରେଶ ୩ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଏହି ନିର୍ବାଚନରେ ରାଜସ୍ଥାନ କୋଟାରୁ ୩ ଥର ସାଂସଦ ଓମ୍ ବିର୍ଲାଙ୍କର କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ୪୮ ବର୍ଷ ପରେ ଦେଶରେ ବାସସ୍ପତି ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ଲାଗି ୧୯୭୬ ମସିହାରେ ନିର୍ବାଚନ ହୋଇଥିଲା । ଏହାପରେ ସହମତି ଭିତିରେ ବାଚସ୍ପତି ନିର୍ବାଚନ ହୋଇ ଆସୁଥିଲା । ଏନଡିଏ ମେଣ୍ଟର ସଂଖ୍ୟା ବରିଷ୍ଠତା ଦୃଷ୍ଟିରୁ ଓମ୍ ବିର୍ଲାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି । ଅନ୍ୟ ପଟେ ଉଭୟ ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ।
https://fb.watch/sXr0WbySil/