ବିପ୍ଲବୀ ପରିକ୍ରମା ଡିଜିଟାଲ :- ବୁଧବାର ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ସରିଛି ଭୋଟ ଗ୍ରହଣ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ ହୋଇଛି । ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ଶନିବାର ଅର୍ଥାତ ୨୩ ତାରିଖକୁ । କାରଣ ସେହିଦିନ ଭୋଟ ଗଣତି ହେବା ସହ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ସହ ଆଉ ୧୦ଟି ରାଜ୍ୟର ୩୧ଟି ଆସନ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ ସାମ୍ନାକୁ ଆସିଛି ଏକଜିଟ ପୋଲ ରେଜଲ୍ଟ ବା ବୁଥ ବାହୁଡା ମତ ।
ତେବେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫ । ବିଭିନ୍ନ ଏକଜିଟ ପୋଲର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣିଥରେ କ୍ଷମତାକୁ ଫେରିପାରେ । ସେହିପରି ଝାଡ଼ଖଣ୍ଡ ୮୧ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧ । ତେବେ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ବିଜେପିର କଡ଼ା ଟକ୍କର ହେଉଛି ।ବିଭିନ୍ନ ଏକଜିଟ ପୋଲ ଅନୁସାରେ ବିଭିନ୍ନ ମତ ସାମ୍ନାକୁ ଆସୁଛି, ତେବେ ପ୍ରକୃତ ରେ କିଏ ବାଜିମାତ କରୁଛି ତାହା ଆସନ୍ତା ଶନିବାର ହିଁ ଜଣାପଡିବ l