ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କିଏ ପାଇବ ସ୍ଥାନ?

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋଦୀଙ୍କ ତୃତିୟ ପାଳି । ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ବିଜେପିର ଦୁଇ ବଡ଼ ସହଯୋଗୀ ଟିଡିପି ୨ରୁ ୪ ମନ୍ତ୍ରୀ ଦାବି କରୁଥବା ବେଳେ ଜେଡିୟୁ ୩ଟି ମନ୍ତ୍ରୀ ଦାବି କରିଛି । ସେପଟେ ବାଚସ୍ପତି ପଦକୁ ନେଇ ଜେଡିୟୁ-ଟିଡିପି-ବିଜେପି ମଧ୍ୟ ଟଣାଓଟରା ପରିସ୍ଥିତି ସୃ୍ଷ୍ଟି ହୋଇଛି । ବାଚସ୍ପତି ସହ ଗୃହ, ପ୍ରତିରକ୍ଷା, ଅର୍ଥ ଏବଂ ବୈଦେଶିକ ବ୍ୟାପର ବିଭାଗ ଛାଡିବାକୁ ଚାହୁଁନି ବିଜେପି । ତେବେ ସମୀକରଣ ଦୃଷ୍ଟିରୁ ଆନ୍ଧ୍ର ପଦେଶ ବିହାର, ମହାରାଷ୍ଟ୍ର, ଓଡ଼ିଶାକୁ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି ଯେ ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି ।

ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ ଟିଡିପି, ଜେଡିୟୁ, ଏଲଜେପି, ଆରଏଲଡି, ଜନସେନା, ଜେଡିଏସ ଓ ଅପନା ଦଳ ଏନଡିଏର ସହଯୋଗୀ ଭାବେ ସରକାରରେ ସାମିଲ ହୋଇପାରନ୍ତି । ଚର୍ଚ୍ଚା ଏହା ବି ଯେ, ଟିଡିପିକୁ ଗୋଟିଏ କ୍ୟାବିନେଟ, ଦୁଇଟି ରାଷ୍ଟ୍ରମନ୍ତ୍ରୀ, ଜେଡିୟୁକୁ ଗୋଟିଏ କ୍ୟାବିନେଟ, ଶିବସେନା, ଏଲଜେପି, ଆରଏଲଡି ଏବଂ ଏନସିପିକୁ ଗୋଟିଏ ମନ୍ତ୍ରୀ ପଦ ଦେଇ ସରକାରରେ ସାମିଲ କରାଯାଇପାରେ ।ସେହିପରି କେନ୍ଦ୍ରରେ ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ସେ ବିଧାନସଭା ହେଉ କି ଲୋକସଭା । ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି କମରେ ତିନିଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।

 

LEAVE A REPLY

Please enter your comment!
Please enter your name here