Who will get the subhadra money?

0
Oplus_131072

କାହାକୁ ମିଳିବ ସୁଭଦ୍ରା ଟଙ୍କା?

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ, ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଚାରିଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି । ସେହି ଘୋଷଣା ଭିତରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା ।

ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ?

ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ।ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ।କେବଳ ବିବାହିତା ମହିଳା ମାନେ ଅନ୍ତର୍ଭୁକ୍ତ ହୋଇପାରିବେ।ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ।ଆବେଦନକାରୀ କୌଣସି ସରକାରୀ ଚାକିରୀ, କରିନଥିବେ ଅଙ୍ଗନବାଡି କର୍ମୀ ହୋଇପାରିବେ ହିତାଧିକାରୀ, ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଏହି ସବୁ ଯୋଗ୍ୟତା ଆବଶ୍ୟକ ବୋଲି ଆଲୋଚନା ହେଉଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନୋଟିଫିକେସନ ଆସିନାହିଁ । ଖୁବଶୀଘ୍ର ନୋଟିଫିକେସନ ଆସିବ ଓ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି ।

ଅନ୍ୟପଟେ ଗତକାଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ବିଭାଗୀୟ ବୈଠକ ନେବାବେଳେ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଏବଂ ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି ୧୦୦ ଦିନ ଭିତରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here