Who will hold the demand of the opposition party?

0
Oplus_131072

କିଏ ଧରିବ ବିରୋଧୀ ଦଳର ମଙ୍ଗ?

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରାଜ୍ୟକୁ ମିଳିଲା ନୂଆ ସରକାର । କାମ ଆରମ୍ଭ କଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଛିଡୁନି ଅଙ୍କ ? ପ୍ରମୁଖ ବିରୋଧୀ ବିଜେଡି, ନବୀନଙ୍କୁ ବିରୋଧୀ ଦଳ ଆସନରେ ବସାଇବ ନା ଆଉ କେଉଁ ବରିଷ୍ଠଙ୍କୁ ଦାୟିତ୍ୱ ଦେବ? କାରଣ ବିରୋଧୀ ଦଳ ନେତାଙ୍କ ଭୂମିକା ବିଧାନସଭାରେ ବେଶ ଗୁରୁତ୍ବ ରଖେ । ବିଜେଡି ବିଧାୟକଙ୍କ ମତ ହେଉଛି, ଦଳର ସୁପ୍ରିମୋ ନବୀନ ହିଁ ବିରୋଧୀ ଦଳ ନେତା ହେବେ । ତାଙ୍କ ଦିଗଦର୍ଶନରେ ଦଳ ଓଡ଼ିଶାର ବିକାଶ କରିବ ।

ସେପଟେ ନବୀନ ବିରୋଧୀ ଦଳ ନେତା ହେଲେ, ବିରୋଧୀ ଦଳ ଉପନେତା ହୋଇପାରନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ରେସରେ ଆଗରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେପଟେ ୧୪ ବିଧାୟକ ଥିବା କଂଗ୍ରେସର କିଏ ହେବେ ବିଧାୟକ ଦଳ ନେତା ତାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ବରିଷ୍ଠ ବିଧାୟକ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ରେସରେ ଆଗରେ ରହିଥିବା ବେଳେ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କ ହାତରେ ବିଧାନସଭା ମଙ୍ଗ ଦେବାକୁ ଆଉ କିଛି ବରିଷ୍ଠ ଲବି ଆରମ୍ଭ କରିଦେଇଛନ୍ତି ।

ଏଣେ ବିଜେପି କହିଛି, ବିଧାନସଭାରେ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ରହିବନି । ସବୁ ଦୁର୍ନୀତିର ହିସାବ ନିଆଯିବ।ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ନିୟମିତ ବିଧାନସଭାକୁ ଆସୁନଥିଲେ । କିନ୍ତୁ ସେ ଯଦି ବିରୋଧୀ ଦଳ ନେତା ହୁଅନ୍ତି ତେବେ ନିୟମିତ ଉପସ୍ଥାନ ନିହାତି ଜରୁରୀ । ତାକୁ କିଭଳି ଦଳ ମ୍ୟାନେଜ କରିବ ତାହା ବଡ଼ ଚାଲେଞ୍ଜ। ଏସବୁ ବାଦ୍ ବିଧାନସଭାରେ ବହୁ ବର୍ଷ ବ୍ୟବଧାନରେ ଶକ୍ତିଶାଳୀ ବିରୋଧୀଙ୍କୁ ସରକାରୀ ଦଳ ସାମନା କରିବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ।

LEAVE A REPLY

Please enter your comment!
Please enter your name here