ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସାଙ୍ଗକୁ ୯ରୁ ୯୦ ନାରା ଫେଲ୍ ମାରିବା ପରେ ଜୁଲାଇ ୨୧ରେ ପିସିସିକୁ ଭାଙ୍ଗି ଦେଇଥିଲା ଏଆଇସିସି । ଏହାପରେ ପିସିସି ସଭାପତି ପଦ ମଧ୍ୟ ଛାଡ଼ି ଦେଇଥିଲେ ଶରତ ପଚ୍ଚନାୟକ । ତାପରଠୁ ଦୀର୍ଘ ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ।ତେଣେ ଯଦିଓ ଓଡ଼ିଶା କଂଗ୍ରେସର ମୁଖିଆ ଖୋଜିବାକୁ ଗତ ୨୨ ତାରିଖରେ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ବସିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସିଥିଲା, ହେଲେ ସେଥିରେ ବି କାହା ନାଁରେ ମୋହର ବାଜି ପାରିନି। ତେଣେ ଷ୍ଟିୟରିଂ କମିଟିର ସଦସ୍ୟ ତଥା ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି- କମିଟି ଆଗେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରିବ। ସେଠିକାର ସଭାପତି, ପୂର୍ବତନ ସଭାପତି, ବିଧାୟକ ଓ ବ୍ଲକ ସଭାପତିଙ୍କ ମତ ନିଆଯିବ। ସେଠୁ ଯାହା ନାଁରେ ସହମିତି ଆସିବ ତାହା ଏଆଇସିସିକୁ ପଠାଯିବ ।ତେଣେ ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ ପଦ ପାଇଁ ଯେଉଁ ନେତାମାନଙ୍କ ନାଁ ଶୁଣାଯାଉଛି, ସେଥିରେ ସବୁଠୁ ଆଗରେ ଅଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଏବଂ ଅନ୍ୟ ୨ନେତା ଅଧ୍ୟା ରେସରେ ଅଛନ୍ତି ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନା।ସେପଟେ ରାଜନୀତି ବିଶ୍ଳେଷକଙ୍କ ମତରେ କଂଗ୍ରେସ ଏବେ ଓଡ଼ିଶାରେ ମଜଭୁତ୍ ହେଉଛି । ଦଳକୁ ସମ୍ଭାଳି ପାରୁଥିବା ନେତାଙ୍କ ଉପରେ ଏଆଇସିସି ମୋହର ମାରିପାରେ ।