ରାଜା ପରେ ଏବେ କାହାର ପାଳି ?

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜା ପରେ ଏବେ କାହାର ପାଳି ? ଏବେ EOW ସ୍କାନରରେ କିଏ ?ରାଜା ଚକ୍ରଙ୍କ ଦୁର୍ନୀତି ପଛରେ ବଡ଼ ମାଛ କିଏ ? ରାଜାଙ୍କ ପରେ କେଉଁ ବଡ଼ ମାଛ ଆସିବେ ସ୍କାନରକୁ ?କୋଟିକୋଟି ଟଙ୍କା ଠକେଇ ପଛରେ ରାଜା ଚକ୍ର ଏକା ଥିଲେ ନା, ଆଉ କିଏ କିଏ ଥିଲେ ? କାହା ବଳରେ ରାଜା ଏତେ କମ୍ ବୟସରେ ବଳିୟାନ ହୋଇଥିଲେ ?

 

ଏମିତି ଅନେକ ପ୍ରଶ୍ନ ରାଜା ଚକ୍ର ଗିରଫ ପରେ ସୃଷ୍ଟି ହୋଉଛି l ରାଜା ଗିରଫ ପରେ ଧଡ଼ ଧଡ଼ ହେଲାଣି କିଛି ନେତାଙ୍କ ସହ ଅଫିସରଙ୍କ ଛାତି। କାହିଁକି ନା ରାଜା ଚକ୍ରଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ EOW କରିବ ଖୋଳତାଡ। ଏହି ଖୋଳତାଡ଼ ଭିତରେ ରାଜା ଖୋଲିଦେଇପାରନ୍ତି କଳା ସାମ୍ରାଜ୍ୟ ଗୁମର l ଏହି ଚର୍ଚ୍ଚା ମଧ୍ୟରେ କିଛି ନାଁ ମଧ୍ୟ ସାମ୍ନାକୁ ଆସିଛି। ବିଜେଡି ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ କେନ୍ଦୁଝରର ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ସୁରକ୍ଷା ଦେଉଥିଲେ ବୋଲି ଅଭିଯୋଗ ହେଉଥିଲା। ସେହି ସମୟରେ ଉଭୟ ସବୁ କାମରେ ରାଜାକୁ ସହଯୋଗ କରୁଥିଲେ ବୋଲି ଚର୍ଚ୍ଚା ହେଉଛି ।ଏଥିସହ ରାଜା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଭି.କେ ପାଣ୍ଡିଆନଙ୍କ ବଳରେ ବଳିୟାନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେମାନେ ମଧ୍ୟ ସ୍କାନରକୁ ଆସିପାରନ୍ତି ବୋଲି ଆଲୋଚନା ହେଉଛି l ଅନ୍ୟପକ୍ଷରେ ବବି ଦାସ, ପାଣ୍ଡିଆନଙ୍କ ବଳରେ ରାଜା ଚକ୍ର ହୋଇଥିଲେ ଶକ୍ତିଶାଳୀ । ସେମାନଙ୍କ ହାତ ନଥିଲେ ସେ ଏତେ ଶକ୍ତିଶାଳୀ କେମିତି ହେଲେ ବୋଲି କିଛି ଦିନ ତଳେ ଅଭିଯୋଗ ଆଣିଥିଲେ ସାଂସଦ ମମତା ମହାନ୍ତ ।

LEAVE A REPLY

Please enter your comment!
Please enter your name here