ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୀର୍ଘ ୧୨ ବର୍ଷ ପରେ ବିଜେତା ଏବଂ ୨୫ ବର୍ଷର ପ୍ରତିଶୋଧ ନେଇ ଦୁବାଇରେ ଦମ୍ ଦେଖାଇ ଚାମ୍ପିୟନ୍ସ ଟ୍ରଫିର ଚାମ୍ପିୟନ ଭାରତ ହେବା ପରେ ପଡିଆରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ଚିତ୍ର । ଖୁସିର ସୀମା ଡେଇଁଥିଲା, ଶୁଭେଚ୍ଛା ସାରା ବିଶ୍ବରୁ ଛୁଟୁଥିଲା ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଗୋଟି ଗୋଟି ଖୁସିର ମୁହୂର୍ତ୍ତ ଦେଖି ଆମ ଛାତି ଖୁସିରେ କୁଣ୍ଢେ ମୋଟ ହେଉଥିଲା । ବିଜୟୀ ଟିମ୍ ଧଳା କୋଟ୍ ପିନ୍ଧିବାର ନଜର ଆସିଥିଲେ । ଧଳା କୋଟ୍ ପିନ୍ଧି ସମସ୍ତେ ଫଟୋ ସେସନରେ ସାମିଲ ହୋଇଥିଲେ ଠିକ୍ ୨୦୨୩ରେ ଧୋନୀଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଜିତିବା ପରେ ଧଳା କୋଟ୍ ପିନ୍ଧିବା ପରି । ସେହି ସମୟର ଫଟୋଟି ଏବେ ବି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଜୀବିତ ଅଛି ।
ତେବେ ସୂଚନା ପ୍ରକାରେ,୨୦୦୯ ମସିହାରେ ଚାମ୍ପିୟନ୍ସ ଟ୍ରଫିରେ ଧଳା କୋଟ୍ ପ୍ରଚଳନ କରାଯାଇଥିଲା l ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଧଳା କୋଟ୍ ପିନ୍ଧିଥିଲା l ଆଇସିସି ଅନୁଯାୟୀ, ଧଳା କୋଟ୍ ସମ୍ମାନର ପ୍ରତୀକ,ତେଣୁ ଧଳାକୁ ଗୁରୁତ୍ବ ମିଳୁଛି ଆଉ ସବୁ ବିଜେତା ଟିମଙ୍କୁ ପିନ୍ଧାଯାଉଛି l ଧଳା ଜ୍ୟାକେଟ୍ ସେମାନେ ପିନ୍ଧନ୍ତି ଯେଉଁମାନଙ୍କୁ ସବୁକିଛି ବାଜିରେ ପକାଇବାକୁ ପଡିଥାଏ l ଏହି ଚିହ୍ନ ବିଜେତାମାନଙ୍କୁ ଅନ୍ୟ ଦଳଗୁଡ଼ିକ ଠାରୁ ଭିନ୍ନ କରିଥାଏ l ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ ଅଫିସରେ ରଖାଯାଏ କିନ୍ତୁ ଧଳା କୋଟ୍ ବିଜୟୀ ଦଳର ପ୍ରତି ଖେଳାଳିଙ୍କ ପାଖରେ ରହିଥାଏ l