Why is monsoon not active in the state?

0
Oplus_131072

କାହିଁକି ରାଜ୍ୟରେ ସକ୍ରିୟ ହେଉନି ମୌସୁମୀ?

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ଦିନ ପରେ ଦିନ ଗଡ଼ି ଚାଲିଛି, କିନ୍ତୁ ମୌସୁମୀ ବାୟୁ ସକ୍ରିୟ ହେବାର ନାଁ ନେଉନାହିଁ । ୪ ଦିନ ତଳେ ଛୁଇଁଥିବା ମୌସୁମୀ ବାୟୁ ମାଲକାନଗିରିରେ ଅଟକି ରହିଛି । ସେପଟେ ମୌସୁମୀ ବାୟୁ ଆଗକୁ ବଢ଼ିବାରେ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ବେଳେ କାଲିଠାରୁ ବର୍ଷାର ପରିଣାମ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏଥର ୪ ଦିନ ପୂର୍ବରୁ ମାଲକାନଗିରିକୁ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଶା କରାଯାଉଥିବା ଏଥର ସାରା ରାଜ୍ୟରେ ଆଗୁଆ ମୌସୁମୀ ବର୍ଷା ହେବ । ହେଲେ ଦିନ ଗଡ଼ି ଗଡ଼ି ଚାଲିଛି, ମାଲକାନଗିରିକୁ ଛାଡ଼ି କୌଣସି ଅଂଚଳରେ ସକ୍ରିୟ ହୋଇପାରୁନି ମୌସୁମୀ । ଏପଟେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରୁଛି ।ଏପଟେ ୧୯ ତାରିଖ ଯାଏଁ ଗରମ ଓ ଆଉ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା କଥା । କିନ୍ତୁ ଏଥିରେ ବିଳମ୍ବ ହେଉଥିବାରୁ ଚାଷୀକୂଳ ମଧ୍ୟ ଚିନ୍ତାରେ ପଡିଲେଣି ।

LEAVE A REPLY

Please enter your comment!
Please enter your name here