ଜଙ୍ଗଲି ହାତୀ ଗ୍ରାମରେ ପଷି ଘର ଭାଙ୍ଗି ଖାଇଦେଲେ ଧାନ,ମହୁଲ 

0
Oplus_131072

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ବର୍ଷ ତମାମ ହାତୀଙ୍କ ଯିବା ଆସିବା କରୁଥିବା ବେଳେ ହାତୀ ମଣିଷ ଭିତରେ ସଂଘର୍ଷ ଜାରିରହିଛି । ଏହି ସଂଘର୍ଷ ଭିତରେ କେତେ ବେଳେ ହାତୀ ହାରି ଯାଉଛି ତ କେତେବେଳେ ମଣିଷ। ତେବେ ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟର ଅନୁସନ୍ଧାନରେ ହାତୀ ମାନେ ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି | ଯାହା ଫଳରେ ହାତୀ ଗାଁ ରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବା ନଜର କୁ ଆସୁଛି |ତେବେ ପୁଣି ସାମ୍ନାକୁ ଆସିଛି ଏଭଳି ଘଟଣା ଜଙ୍ଗଲି ହାତୀ ଗାଁ ରେ ପୋଷି ଚାଷ ଜମି ନଷ୍ଟ କରିବା ସହିତ ଘର ଭାଙ୍ଗି ଘରେ ଥିବା ଜିନିଷ ସବୁ ନଷ୍ଟ କରିଥିବା ଜଣା ପଡିଛି | ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡବଦ୍ଧ ପଞ୍ଚାୟତର ଟିକରପଡା ଗ୍ରାମରେ।

Oplus_131072

ତେବେ ଘଟଣା ରୁ ଜଣାପଡିଛି କି ଶୁକ୍ରବାର ରାତିରେ ୪ରୁ୫ଟି ଜଙ୍ଗଲୀ ହାତୀ ଟିକରପଡା ଗ୍ରାମରେ ପୋଷି ଉପେନ୍ଦ୍ର ବିଶ୍ଵାଳଙ୍କ ଆଦିବେଷ୍ଟ ଘରକୁ ଭାଙ୍ଗିବା ସହ ଘରେ ଥିବା ଧାନ ମହୁଲ କୁ ମଧ୍ୟ ଖାଇ ନଷ୍ଟ କରିଦେଇଛନ୍ତି।ଏ ସମ୍ପର୍କରେ ଖବର ପାଇ ବନ ବିଭାଗ,ରାଜସ୍ଵ ବିଭାଗ ଏବଂ ଖଣ୍ଡବଦ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧର୍ମପଦ ଦେହୁରୀ ଘଟଣା ସ୍ଥଳକୁ ଯାଇ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ,ତାହାର କ୍ଷତି ପୂରଣ ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l

LEAVE A REPLY

Please enter your comment!
Please enter your name here