ରମେଶ ଜେନାଙ୍କ ଗଡ଼ ଭାଙ୍ଗିବେ କି ସୁଲକ୍ଷଣା ଗୀତାଞ୍ଜଳୀ

0
Oplus_131072

ସାନଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଏଥର ହେବ କଡା ଟକ୍କର > ରଣାଙ୍ଗନାକୁ ଓଲ୍ହାଇଲେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଧରାକୋଟ ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳୀ। ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା। ୨୦୧୪ ମସିହାରେ ବିଜେପି ଛାଡ଼ି ବିଜେଡିରେ ଏଣ୍ଟ୍ରି ମାରିଥିଲେ ନନ୍ଦିନୀ ଦେବୀ> ଆଉ ଦଳ ତାଙ୍କୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ଆଉ ସେହି ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ। କଂଗ୍ରେସର ରମେଶ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ। ରାଣୀ ନନ୍ଦିନୀ ଦେବୀଙ୍କ ପରାସ୍ତ ପରେ ଧରାକୋଟ ରାଜନୀତି ଶେଷ ହୋଇଗଲା ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚା ଆଲୋଚନାର ପୂର୍ଣ୍ଣଚ୍ଛେଦ ପକାଇଥିଲେ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳୀ। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁଲକ୍ଷଣା ଗୀତାଞ୍ଜଳୀ ମଇଦାନକୁ ଓହ୍ଲାଇଥିଲେ।

ଲୋକଙ୍କ ପାଖକୁ ଯାଇଥିଲେ। ଲୋକଙ୍କ ସମସ୍ୟା ବୁଝିଥିଲେ। ଆଉ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସମିତି ସଭ୍ୟା ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଆଉ ରାଜକୁମାରୀଙ୍କ ମୁଣ୍ଡରେ ଆଶୀର୍ବାଦ ଢ଼ାଳି ଦେଇଥିଲେ ଜନତା। କଂଗ୍ରେସ ଗଡ଼ରେ ବିଜେଡିର ବାନା ଉଡ଼ାଇଥିଲେ ଗୀତାଞ୍ଜଳି। ଆଉ ବନି ଯାଇଥିଲେ ଧରାକୋଟ୍‌ ବ୍ଳକ ଅଧ୍ୟକ୍ଷା। ଚଳିତ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ କିଏ ହେବେ ବିଜେଡି ପ୍ରାର୍ଥୀ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ରାଜ ପରିବାରରୁ କାହାରିକୁ ଟିକଟ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସମସ୍ତଙ୍କୁ ଚକିତ କରି ମୁଖ୍ୟମନ୍ତ୍ରୀ ସୁଲକ୍ଷଣା ଗୀତାଞ୍ଜଳୀଙ୍କ ନାଁ ଘୋଷଣା କରିଛନ୍ତି। ସେପଟେ ଦେଖିବାକୁ ଗଲେ ରାଜକୁମାରୀଙ୍କ ପାଇଁ ଜିତିବା ଏତେ ସହଜ ହେବନାହିଁ।

କାରଣ ଚଳିତ ନିର୍ବାଚନରେ ମଇଦାନ୍‌ରେ କଂଗ୍ରେସରୁ ବିଧାୟକ ରମେଶ ଚନ୍ଦ୍ର ଜେନା ଓ ବିଜେପିରୁ ଉତ୍ତମ ପାଣିଗ୍ରାହୀ ଅଛନ୍ତି। ୨୦୦୯ରୁ ଆଜି ପର୍ଯ୍ୟନ୍ତ ଏଠାରୁ ରମେଶ ଜେନା ଦୁଇ ଥର ବିଧାୟକ ହୋଇଛନ୍ତି। ତାଙ୍କର ତୃଣମୂଳ ସ୍ତରରେ ଗୋଟିଏ ବଡ଼ ସଙ୍ଗଠନ ରହିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ବିଳମ୍ୱରେ ଟିକଟ ଘୋଷଣା ଯୋଗୁ ସୁଲକ୍ଷଣା ଗୀତାଞ୍ଜଳୀ ତୃଣମୂଳ ସ୍ତରରେ ପହଞ୍ଚିବା କଷ୍ଟକର ହେବ। ତଥାପି ଜୋରଦାର ଫାଇଟ୍‌ ହେବ ବୋଲି ଆଶା କରିଛନ୍ତି ବୁଦ୍ଧିଜୀବୀ। ସୁଲକ୍ଷଣା ଗୀତାଞ୍ଜଳୀ ହେଉଛନ୍ତି ଧରାକୋଟ ମହାରାଜା ଅନନ୍ତ ନାରାୟଣ ସିଂହଦେଓଙ୍କ ନାତୁଣୀ। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ କରି ରାଜ ପରିବାରରୁ ଅନନ୍ତ ନାରାୟଣ ସିଂହଦେଓ ରାଜନୀତିକୁ ଏଣ୍ଟ୍ରି କରିଥିଲେ ।

LEAVE A REPLY

Please enter your comment!
Please enter your name here