ବିପ୍ଲବୀ ପରିକ୍ରମା ଡିଜିଟାଲ :- ତତ୍କାଳୀନ ଝାରସୁଗୁଡା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସ ହତ୍ୟା କାଣ୍ଡ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି l ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ନବ ଦାସଙ୍କ ପତ୍ନୀ ମୀନତି ଦାସ ଚିଠି ଲେଖି ସମୟ ମାଗିବା ପରେ ପୁଣିଥରେ ଚର୍ଚ୍ଚା ବଢିଛି । ଯଦିଓ ଚିଠିରେ ସେ କ’ଣ ଲେଖିଛନ୍ତି ସେନେଇ ନବଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ପୂର୍ବରୁ ଝିଅ ଦୀପାଳି ମଧ୍ୟ ଅନେକ ଥର ସିବିଆଇ ତଦନ୍ତ ଲାଗି ଦାବି କରିଥିଲେ । ତା’ପରେ ଆଇନ ମନ୍ତ୍ରୀ ଲିଖିତ ଭାବେ ଜଣାଇବାକୁ କହିବା ଏବଂ ଏବେ ମୀନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମାଗିବା କଳ୍ପ,ନା ଜଳ୍ପନା ବଢାଇଛି ।
ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ । ଗତ ୧୧ ତାରିଖରେ ସେ ଏହି ଚିଠି ଲେଖିଛନ୍ତି । ଯାହାକୁ ନେଇ ବଢିଛି ଚର୍ଚ୍ଚା । କିଛି ଦିନ ତଳେ ଝିଅ ଦୀପାଳି ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ଆଇନ ମନ୍ତ୍ରୀ କହିଥିଲେ ପରିବାର ସଦସ୍ୟ ଲିଖିତ ଭାବେ ଜଣାନ୍ତୁ । ଏବେ ଦୀପାଳି କିମ୍ବା ଭାଇ ବିଶାଳଙ୍କ ବଦଳରେ ମା ସାମନାକୁ ଆସିବା କିଛି ରାଜନୈତିକ ଗୋଟି ଚାଳନା ଆଡକୁ ଇସାରା କରୁଥିବା ସାଧାରଣରେ ଚର୍ଚ୍ଚା ହୋଉଛି l ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ବି ବଢ଼ିବାରେ ଲାଗିଛି l