ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୂରା ରାଜ୍ୟରେ ଶୁଖିଲା ପାଗ ରହିବା ସହ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ହ୍ରାସ ପାଇବ । ପାଗ ଶୁଖିଲା ରହିବାରୁ ଥଣ୍ଡା ଅନୁଭୂତ ହେବ । ଏବର୍ଷ ଡିସେମ୍ବର ଆରମ୍ଭରେ ମଧ୍ୟମଧରଣ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅଦିନିଆ ବର୍ଷା ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିଥିଲା । ବର୍ଷା ଲାଗି ରହିବା ସହ ତାପମାତ୍ରା ପୁଣି ବଢିଥିଲା । ଶୀତ ଉଭାନ ହୋଇଯାଇଥିଲା ।ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲା, କନ୍ଧମାଳ ଏବଂ କଳାହାଣ୍ଡିରେ କୁହୁଡି ଦୃଶ୍ୟମାନ ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଓ ସୁନ୍ଦରଗଡରେ ଘନକୁହୁଡି ଦୃଶ୍ୟମାନର ସମ୍ଭାବନା ସହ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଚଳିତବର୍ଷ ଡିସେମ୍ବର ମାସରେ ପ୍ରାୟ ୧୦ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ । ହେଲେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଶୀତର ପ୍ରକୋପ କମ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।