ମହିଳା ସିଏଚଓ ଙ୍କୁ ବନ୍ଧୁକ ଛୁରୀ ଦେଖାଇ ଲୁଟି ନେଲେ ସୁନା ଚେନ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି,ଯଡିବିଲ ଗ୍ରାମରେ ଥିବା ଆୟୁଷମାନ ଆରୋଗ୍ୟ କେନ୍ଦ୍ରରୁ ଜଣେ କାର୍ଯ୍ୟରତ ମହିଳା କମୁନିଟି ହେଲଥ ଅଫିସରଙ୍କୁ ଜଣେ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ବେକରେ ପିନ୍ଧିଥିବା ସୁନା ଚେନକୁ ଲୁଟି ଫେରାର ହୋଈ ଯାଇଥିବା ଜଣା ପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଜିଆଣି ଆୟୁଷମାନ ଆରୋଗ୍ୟ କେନ୍ଦ୍ରରେ ମହିଳା ସିଏଚଓ କାର୍ଯ୍ୟରତ ଥିବା ବେଳେ ଦିନ ପ୍ରାୟ ୧୧ ଘଟିକା ୩୦ ମିନିଟ୍ ସମୟରେ ଜଣେ ଯୁବକ ବାଇକ ଯୋଗେ ରୋଗି ହୋଇ ଆସି ତାଙ୍କୁ ପେନ କ୍ଲିୟର ଇଂଜେକସନ ମାଗିଥିଲେ। ଉଭୟଙ୍କ ମଧ୍ୟରେ ଆଲେଚନା ଚାଲିଥିବା ବେଳେ ସେହି ସମୟର ଭିତରେ ଦୁର୍ବୁତ୍ତ ଜଣକ ଟେବୁଲରେ ଥିବା ସିଏଚଓ ଙ୍କ ମୋବାଇଲକୁ ନେଇ ଯାଇ ତାଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଧମକାଇ ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନକୁ ଦେବାକୁ କହିଥିଲା।ଭୟଭୀତ ହୋଈ ମହିଳା ସିଏଚଓ ଟ୍ୱିଙ୍କିଲ ବେହେରା ପିନ୍ଧିଥିବା ସୁନା ଚେନକୁ ଦୁର୍ବୁତ୍ତ ଜଣକୁ ଦେଇ ଦେଇଥିଲେ।ସୁନା ଚେନକୁ ନେବା ପରେ ଦୁର୍ବୁତ୍ତ ଜଣକ ନେଇଥିବା ତାଙ୍କ ମୋବାଇଲ କୁ ବାହାରେ ଫୋପାଡ଼ି ଦେଇ ବାଇକ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ।ପରେ ସିଏଚଓ ଜଣକ ଲୁଟ ସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଲିଖିତ ଅଭିଯୋଗ କୁ ଆଧାର କରି ଠାକୁରମୁଣ୍ଡା ଥାନାରେ କେଶ ନମ୍ବର ୨୨/୨୫ ଅନୁଯାୟୀ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କରଞ୍ଜିଆ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହେବା ସହିତ ଅଭିଯୁକ୍ତ ମାନଙ୍କ କୌଣସି ଟେର ପାଉନି ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜର ଧରିଛି।ଅନ୍ୟ ପକ୍ଷରେ ଏହି ଘଟଣା ପରେ ଅଞ୍ଚଳରେ ଏବେ ଭୟର ବାତାବରଣ ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here