ନଦୀରେ ବୁଡି ମହିଳାଙ୍କ ମୃତ୍ୟୁ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- :ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ଦେଇ ଯାଇଥିବା ମହେନ୍ଦ୍ରତନୟା ନଦୀରେ ବୁଡି ଜଣେ ୫୫ ବର୍ଷିୟା ମହିଳାଙ୍କ ମୃତ୍ୟୁ ଘଟିଥିବାର ଗୁରାଣ୍ଡି ଥାନା ସୂତ୍ରରୁ ଜଣାପଡିଛି । ମୃତ ମହିଳା ଜଣକ ହେଉଛନ୍ତି ବୋମିକା ଗ୍ରାମର ବୃନ୍ଦା ରାଉଳ । ସୂଚନା ମୁତାବକ ବୃନ୍ଦା ରାଉଳ ଆଜି ଅପରାହ୍ନ ସମୟରେ ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ସେ ଗାଧୋଉଥିବା ବେଳେ ବୁଡି ମୃତ୍ୟୁବରଣ କରିଥିବାର ଜଣାପଡିଛି । ଗୁରାଣ୍ଡି ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଏନେଇ ଗୁରାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବାର ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ରଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here