ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶା ବାହାରର ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ରାଜ୍ୟ ବାହାରେ ଥିବା ମହିଳାମାନେ ବି ସୁଭଦ୍ରା ଯୋଜନାରେ ସାମିଲ ହେବେ । ଅନେକ ଓଡ଼ିଆ ମହିଳା ରାଜ୍ୟ ବାହାରେ ଅଛନ୍ତି । ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିନାହାନ୍ତି,ଜିଲ୍ଲା ସ୍ଥରୀୟ ସମୀକ୍ଷାରେ ଏଭଳି ତଥ୍ୟ ଆସିଛି । ଓଡ଼ିଶା ବାହାରେ ଯେତିକି ମହିଳା ଅଛନ୍ତି ବା ସୁଭଦ୍ରା ପାଇଁ ଯୋଗ୍ୟ ହିତାଧିକାରୀ ଅଛନ୍ତି, ଆବେଦନ ସେତିକି କରିନାହାନ୍ତି । ତଥ୍ୟର ଅନୁସରଣ ପରେ ଜଣା ପଡୁଛି ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳା ମାନେ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି । ସେମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ଏହି ଯୋଜନାରେ ଆବେଦନ କରନ୍ତୁ । ଆଉ ସୁଭଦ୍ରା ଯୋଜନାର ସହାୟତା ନିଅନ୍ତୁ । ରାଜ୍ୟ ବାହାରେ ଯାଇ ମୂଲ ମଜୁରୀ ଲାଗିବା ପରିବର୍ତ୍ତେ ସୁଭଦ୍ରା ଅର୍ଥରେ ଯଦି ଉଦ୍ୟୋଗୀକ ବିକାଶ କରିପାରିବେ ତାହା ରାଜ୍ୟ ଏବଂ ମହିଳାମାନଙ୍କର ବିକାଶକୁ ତ୍ୱରାନ୍ୱିତ କରିପାରିବ । ସେଥିପାଇଁ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି ।