ପାରଳାଖେମୁଣ୍ଡିରେ ମହିଳା ଦିବସ ପାଳିତ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହିଳାଙ୍କୁ ଆଗକୁ ବଢାଇବାର ସବୁ ବେଳେ ଗୁରୁତ୍ଵ ଦେଇ ଆସୁଛି ବିଜୁ ଜନତା ଦଳ। ଯାହା ଦେଖିବାକୁ ମିଳିଛି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ। ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇ ସମାଜ ଗଠନରେ ମହିଳାଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ପଞ୍ଚାୟତିରାଜ ବିଭାଗରେ ଶତକଡା ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବି ହେଉ ଅବା ମିଶନ ଶକ୍ତି ଗଠନ କରି ମହିଳା ସଶକ୍ତିକରଣର ଉଦାହରଣ ସୃଷ୍ଟି କରିିଛନ୍ତି। ପୂର୍ବତନ ମୂଖ୍ୟମନ୍ତ୍ରୀ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଗୃହ ନିର୍ମାଣ ତଥା ଜମି ପଟ୍ଟା, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ପରିବାରର ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଥିଲେ। ଫଳରେ ଆଜିର ମହିଳା ଆଉ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ହୋଇ ରହି ନାହାଁନ୍ତି। ଆଜି ଓଡ଼ିଶାର ମହିଳା ବହୁ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଆଜିର ଆନ୍ତର୍ଜାତିକ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଛନ୍ତି।

ତେବେ ପୂର୍ବତନ ସରକାରଙ୍କ ତୁଳନାରେ ବର୍ତ୍ତମାନର ସରକାରଙ୍କ ସମୟରେ ମହିଳାମାନେ ପ୍ରକୃତରେ ଅବହେଳିତ ହୋଇଛନ୍ତି। ମିଶନ ଶକ୍ତିର ହଜାର ହଜାର ମହିଳା ଆଜି ନିଜର ହକ ପାଇଁ ଆନ୍ଦୋଳନରେ ବସିଛନ୍ତି। ସୁଭଦ୍ରା ଯୋଜନା ନାମରେ ପ୍ରତାରଣା କରିଛନ୍ତି ବର୍ତ୍ତମାନର ସରକାର। କୈାଣସି ମତ୍ତେ ଏହି ଯୋଜନା ମାଧ୍ୟମରେ ମହିଳାମାନେ ସ୍ବାବଲମ୍ବୀ ହୋଇ ପାରି ନାହାଁନ୍ତି। ଯାହା ଧର୍ମକୁ ଆଖିଠାର ହୋଇଛି ବୋଲି କଟାକ୍ଷ କରିଛନ୍ତି ବିଜେଡି ନେତୃବୃନ୍ଦ।‌ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ମହିଳା ଜନପ୍ରତିନିଧିଙ୍କୁ ଉପଢୌକନ ପ୍ରଦାନ କରି ଉତ୍ସାହିତ କରିଥିଲେ ବିଧାୟକ। ତେବେ ପ୍ରକୃତ ପକ୍ଷରେ ମହିଳାଙ୍କୁ ସମ୍ମାନ ଦେବା ଦଳ ହେଉଛି ବିଜୁ ଜନତା ଦଳ ବୋଲି ଦାବୀ କରିଛି ବିଜେଡି।

 

LEAVE A REPLY

Please enter your comment!
Please enter your name here