ମହିଳା ହକି ଇଣ୍ଡିଆ ଲିଗ, ଚାମ୍ପିୟନ ହେଲା ଓଡ଼ିଶା ୱାରିଅର୍ସ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ୨୦୨୫-୨୬ରେ ଇତିହାସ ରଚିଲା ଓଡ଼ିଶା ଓ୍ବାରିଅର୍ସ । ରବିବାର ଝାଡଖଣ୍ଡ ରାଜ୍ୟର ରାଞ୍ଚିସ୍ଥିତ ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨-୧ ଗୋଲରେ ଜେଏସଡବ୍ଲ୍ୟୁ ସୁରମା ହକି କ୍ଲବକୁ ହରାଇ ଚାମ୍ପିୟନ ହୋଇଛି ଓଡ଼ିଶା ମହିଳା ଟିମ୍ । ହିରୋ ମହିଳା ହକି ଇଣ୍ଡିଆ ଲିଗର ଫାଇନାଲ ମ୍ୟାଚର ପ୍ରଥମ କ୍ୱାଟରରେ ଉଭୟ ପକ୍ଷରୁ କୌଣସି ଗୋଲ କରାଯାଇନଥିଲା । ଏହାପରେ ଓଡ଼ିଶା ଓ୍ବାରିଅର୍ସର ରୁତୁଜା ପିସାଲ ଦମଦାର ଖେଳ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କ୍ୱାଟରରେ ସେ ୨୦ ମିନିଟରେ ଦଳ ପାଇଁ ପ୍ରଥମ ଗୋଲ ହାସଲ କରିଥିଲେ । ଏହାପରେ ୨୮ ମିନିଟରେ ସୁରମା ହକି କ୍ଲବର ପେନି ସ୍କ୍ବିବ ଗୋଟିଏ ଗୋଲ କରି ନିଜ ଟିମ ଖାତାରେ ୧-୧ ଯୋଡିଥିଲେ । ଶେଷ କ୍ୱାଟରର ୫୬ ମିନିଟରେେ ପୁଣି ଆକ୍ରମଣାତ୍ମକ ଢଙ୍ଗରେ ରୁତୁଜା ଆଉ ଏକ ଗୋଲ କରି ଓଡ଼ିଶା ଓ୍ବାରିଅର୍ସକୁ ବିଜୟ ବାଟକୁ କଢାଇ ନେଇଥିଲେ । ଏଥିସହ ୨-୧ ଗୋଲରେ ଟାଇଟଲ ହାସଲ କରିଛି ଓଡ଼ିଶା ଓ୍ବାରିଅର୍ସ ।

LEAVE A REPLY

Please enter your comment!
Please enter your name here