ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):– ଦିନକୁ ଦିନ ସମାଜ ଯେତେ ଆଧୁନିକ ଆଡକୁ ଗତି କରୁଛି ପରିବେଶରେ ସେତେ ଅପରିଷ୍କାର ବଢୁଛି, ଯାହାଫଳରେ ମଶା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତେଣୁ ଲୋକେ ନାନା ରୋଗର ସମ୍ମୁଖୀନ ହେଉଛନ୍ତି l ତେବେ ନିଜ ଗାଁକୁ ସଫା ରଖିବା ପାଇଁ ଶୁକ୍ରବାର ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ଗ୍ରାମପଞ୍ଚାୟତର ଲବାରସିଂ ଠାରେ ସ୍ଵଚ୍ଚ ଭାରତ ଅଭିଯାନ ତରଫରୁ ସରପଞ୍ଚ ଯମୁନା ରଇତଙ୍କ ନେତୃତ୍ୱରେ ଗାଁର ସମସ୍ତ ମହିଳା ଏକତ୍ରିତ ହୋଇ ଶୁକ୍ରବାର ସକାଳୁ ହାତରେ କୋଡ଼ି, କୋଦାଳ ଓ ଝାଡୁ ଧରି ଏଣେତେଣେ ପଡ଼ିଥିବା ପଲିଥିନ, ଡ୍ରେନ, ରାସ୍ତା ଆଦିକୁ ସଫାକରିଥିବା ଦେଖିବାକୁ ମିଳିଛି l