ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ କାମ : ବିଏମସି

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚଳିତ ବର୍ଷ ଖରା ଓ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ । ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଜାରି କରିଛି ବିଭାଗ । ଯଦି କୌଣସି କାର୍ଯ୍ୟ ଜରୁରୀ ମନେ ହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତେବେ ସତର୍କମୂଳକ ପଦକ୍ଷେପ ନିଆଯିବ । ଏହା ସହ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ । ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରାଯିବ । ସେହିପରି ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ରହିବ ବୋଲି ମହାନଗର ନିଗମ ସୂଚନା ଦେଇଛି l

LEAVE A REPLY

Please enter your comment!
Please enter your name here