ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ବ୍ରହ୍ମପୁର ଉପକଣ୍ଠ ଜଗଦଲପୁର ଗ୍ରାମ ସ୍ଥିତ ବେଣାବନ୍ଧ ଚତୁଃପାର୍ଶ୍ୱରେ ନିଆରା ଢଙ୍ଗରେ “ବିଶ୍ୱ ପରିବେଶ ଦିବସ” ପାଳନ କରିଛି ବ୍ରହ୍ମପୁର ସବୁଜ ବାହିନୀ। ସଙ୍ଗଠନକୁ ନିକଟ ଦିନ ମାନଙ୍କରେ ଆସିଥିବା ବିବାହ, ବ୍ରତ,ଜନ୍ମଦିନ, ଅଥବା ଗୃହ ପ୍ରବେଶ ଭଳି ଶୁଭ ଉତ୍ସବ ନିମନ୍ତ୍ରଣର ଉପହାର ସ୍ୱରୂପ ଚାରାରୋପଣ କରିଥିଲେ ସଙ୍ଗଠନର ସଦସ୍ୟ ଓ ପରିବେବିତମାନେ ।
ସଙ୍ଗଠନର ବିଗତ ଦିନମାନଙ୍କରେ ବୃକ୍ଷ ତଥା ପରିବେଶ ସହିତ ସାଧାରଣ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଯୋଡିବା ପାଇଁ ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ନିଜର ବିଭିନ୍ନ ଶୁଭ କାର୍ଯ୍ୟ ଅବା ନିଜର ଆତ୍ମୀୟଙ୍କ ଉର୍ଦ୍ଧେଶ୍ୟରେ ଚାରା ରୋପଣ କରିବା ପାଇଁ ଉତ୍ସାହିତ କରିବା ସହ ଚାରା ମାନଙ୍କ ରକ୍ଷଣା ବେକ୍ଷଣ କରିଆସୁଅଛି। କିନ୍ତୁ ବର୍ତ୍ତମାନ ସମୟର ପରିବେଶ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତାର ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପରିବେଶ ସଚେତନତା ପାଇଁ ବିଭିନ୍ନ ଶୁଭ କାର୍ଯ୍ୟର ଉପହାର ସ୍ୱରୂପ ନବ ବିବାହିତ ଦମ୍ପତି, ଜନ୍ମଦିନ ପାଳିଥିବା ଶିଶୁଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅତି ଗ୍ରୀଷ୍ମ ପ୍ରବାହ, ଠିକ ସମୟରେ ବର୍ଷା ନ ହେବା,ବନ୍ୟା ବାତ୍ୟା ଯୋଗୁଁ ବ୍ୟାପକ ଦେଶର ଅର୍ଥନୀତି କ୍ଷତି ସହ ବଜ୍ରପାତ ଯୋଗୁଁ ନିରୀହ ଲୋକଙ୍କ ପ୍ରାଣହାନୀ ଘଟୁଛି। ଯଦି ସମୟ ଥାଉ ଥାଉ ସଚେତନ ରହିଲେ ଆଗାମୀ ପିଢୀଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇ ପାରିବା ବୋଲି ଆଶାବାଦୀ ରହି ସଙ୍ଗଠନ ଏହି ଭଳି ବିଭିନ୍ନ ସମୟରେ ନିଆରା ଭାବେ ସାଧାରଣ ଲୋକଙ୍କ ମାଧ୍ୟମରେ ଚାରାରୋପଣ କରି ପରିବେଶ ପ୍ରତି ସଚେତନତା କରିଆସୁଛି।
ଏହି ଚାରାରୋପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଉପ ସଭାପତି ଏ ପ୍ରକାଶ, ସହ ସମ୍ପାଦକ ପି ବିନୋଦ, ଏସ ରବି କୁମାର, ପ୍ରସନ୍ନ ସ୍ୱାଇଁ, ମିଟୁ ପାଣିଗ୍ରାହୀ, ବନମାଳୀ ପ୍ରଧାନ,ପ୍ରକାଶ ଗୁପ୍ତା, ସୁଜାତା ମହାରଣା ଅଜୟ ସାହୁ ଓ ସାତୁଭିକ୍ ସଲ୍ ର ସଦସ୍ୟ ମାନଙ୍କ ସମେତ ବହୁ ପରିବେଶ ପ୍ରେମୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ ସେହି ବୃକ୍ଷ ଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।