ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ଜିଲ୍ଲା ଖଡଆଳ ବନଖଣ୍ଡ ଅଧିନସ୍ଥ ସମସ୍ତ ରେଞ୍ଜ ରେ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି ।
ଖଡ଼ିଆଳ ଠାରେ ଆୟୋଜିତ ଏକ ସଚେତନତା ସଭା ରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଦିଗରେ ବନବିଭାଗ କର୍ମଚାରୀ ଙ୍କୁ ସାଧାରଣ ଲୋକଙ୍କ ସହଯୋଗ କେମିତି ହେବା ଦରକାର ସେ ଉପରେ ଆଲୋକପାତ କରିଥିଲେ ।
ଏହି ଅବସର ରେ ଖଡ଼ିଆଳ ଡିଏଫଓ, ଏସିଏଫ୍, ରେଞ୍ଜର ଙ୍କ ସମେତ ସମସ୍ତ ଫରେଷ୍ଟର ଓ ବନ ସୁରକ୍ଷା କର୍ମଚାରୀ ଉପସ୍ଥିତ ରହିଥିଲେ । ଜଙ୍ଗଲ ସୁରକ୍ଷା ସହ ବୃକ୍ଷରୋପଣ, ଜଙ୍ଗଲ କୁ ନିଆଁ ଦାଉ ରୁ ରକ୍ଷା, ବନ୍ୟ ଜୀବଜନ୍ତୁ ର ସୁରକ୍ଷା ଦ୍ଵାରା କିପରି ନିଜର ପରିବେଶ ରେ ସନ୍ତୁଳନ ଆସି ପାରିବ ସେ ଉପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଆସିଥିବା ଛାତ୍ରଛାତ୍ରୀ ଙ୍କୁ ଅବଗତ କରିଥିଲେ ଖଡ଼ିଆଳ ଡିଏଫଓ।
ଏହି ଅବସର ରେ ଦୀର୍ଘ ଚାରି କିଲୋମିଟର ଧରି ଏକ ସାଇକେଲ ରେଲି କରି ଜନ ସାଧାରଣ ଙ୍କୁ ସଚେତନ କରାଯାଇଥିଲା ।