ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅନେକ ରୋଗ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ ଟୀକା । ସୁସ୍ଥ ରହିବା ପାଇଁ ଟୀକାକରଣ ଜରୁରୀ ଅଟେ । ତେବେ ପ୍ରତିବର୍ଷ ଏପ୍ରିଲ ଶେଷ ସପ୍ତାହକୁ ବିଶ୍ବ ଟୀକାକରଣ ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରୀପ୍ରେକ୍ଷୀରେ ଆଜିଠାରୁ ଏପ୍ରିଲ 30 ଯାଏଁ ବିଶ୍ୱ ଟିକାକରଣ ସପ୍ତାହ ପାଳନ କରାଯିବ । ବିଭିନ୍ନ ବୟସର ଲୋକଙ୍କୁ ମାରାତ୍ମକ ରୋଗରୁ ରକ୍ଷା କରିବାରେ ଟୀକାକରଣର ମହତ୍ତ୍ବ ବିଷୟରେ ଅବଗତ କରାଇ ଲୋକଙ୍କୁ ଟିକା ନେବାକୁ ସାମୂହିକ ଭାବରେ ଉତ୍ସାହିତ କରିବା ଏହି ସପ୍ତାହ ପାଳନ କରିବାର ମୂଳ ଉଦ୍ଦେଶ୍ୟ ଅଟେ ।1974 ରେ ଏକ୍ସପେଣ୍ଡେଡ ପ୍ରୋଗ୍ରାମ ଅଫ ଇମ୍ୟୁନାଇଜେସନ(EPI) ଆରମ୍ଭ ହୋଇଥିଲା । ଛୁଆଙ୍କୁ ଛୋଟ ବେଳୁ ରୋଗରୁ ରକ୍ଷା କରିବା ପାଇଁ ଧ୍ୟାନ ଦିଆଯାଇଥିଲା । ତେବେ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ନବଜାତ ଶିଶୁଙ୍କ ମଧ୍ୟରେ ଟୀକାକରଣର ଆବଶ୍ୟକତା ବିଷୟରେ ସଚେତନତା ବୃଦ୍ଧି ପାଉଛି । ଏଥିସହ ଭାରତ ସରକାର ମଧ୍ୟ ୟୁନିଭର୍ସାଲ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ତେବେ ଚଳିତ ବର୍ଷ ବିଶ୍ବ ଟୀକାକରଣ ସପ୍ତାହକୁ 50 ବର୍ଷ ପୁରା ହେବାକୁ ଯାଉଛି । ପ୍ରତିବର୍ଷ ଏକ ଥିମକୁ ଆଧାର କରି ବିଶ୍ବ ଟୀକାକରଣ ସପ୍ତାହ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ୍ ରହିଛି Humanly Possible । ଡାକ୍ତରଙ୍କ କହିବାନୁସାରେ ମଧ୍ୟ ସଠିକ୍ ସମୟରେ ଟୀକାକରଣ କରିବା ଦ୍ୱାରା କେବଳ ଶିଶୁମାନଙ୍କଠାରେ ନୁହଁ ବରଂ ବୟସ୍କଙ୍କ ମଧ୍ୟରେ ରୋଗ ଏବଂ ମୃତ୍ୟୁହାର କମିଥାଏ । ଏଥିସହ ସେମାନଙ୍କର ଜୀବନଶୈଳୀରେ ମଧ୍ୟ ଉନ୍ନତି ଆସିଥାଏ । ଯଦି ତଥ୍ୟ ଦେଖିବା ତାହେଲେ କୋଭିଡ ମହାମାରୀ ପରେ ବିଶ୍ବରେ ଟୀକାକର ପ୍ରଭାବିତ ହୋଇଛି । ଅନେକ ଛୋଟ ଛୁଆ ବାଦ ପଡିଥିବା ବେଳେ ଅନେକ ଲୋକଙ୍କ ଜୀବନ ବିପଦରେ ରହିଛି । ଫଳରେ ସାରା ବିଶ୍ବରେ ଡିପଥେରିଆ ଏବଂ ମିଳିମିଳା ସଂଖ୍ୟା ଅଧିକ ଦେଖାଯାଉଛି ।