ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ଅର୍ଥାତ ମେ ୧ ରେ ଏହି ଶ୍ରମିକ ଦିବସ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନା ରେ ବ୍ରହ୍ମପୁର, ଗୋସାଇଁ ନୂଆଗାଁ ସ୍ଥିତ ମା’କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି ।

ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାମକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଉଦ୍ଦେଶ୍ୟ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ଯେଉଁଥିରେ ବରିଷ୍ଠ ଓକିଲ ତଥା ଗଞ୍ଜାମ ବାର ଆଶ୍ସୋସିଏସନ ର ଉପ-ସଭାପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ତଥା ଓକିଲ ଡ଼ଃ ମିନାକ୍ଷୀ ଦେଵୀ, ସଦସ୍ୟା ସବିତା ସାହୁକାର, ଈ.ଓ,DTNBWED ଦିଲ୍ଲୀପ କୁମାର ଶତପଥୀ, ଅତିରିକ୍ତ ଶ୍ରମ ଅଧିକାରୀ କାର୍ତ୍ତିକ ସେନାପତି, ଅତିରିକ୍ତ ଶ୍ରମ ଅଧିକାରୀ ପ୍ରକାଶ କୁମାର ପରିଡାଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ l

ଏହି କାର୍ଯ୍ୟକ୍ରମରେ ୨୪ ଜଣ ଶ୍ରମ ଉପଭୋକ୍ତାଙ୍କୁ ବିଭିନ୍ନ  ସେବା ଯେପରିକି ୩ ଜଣ ମୃତ ଶ୍ରମିକ ଙ୍କ ବାବଦରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ, ଦୁଇ ଶ୍ରମିକଙ୍କ ଝିଅ ବିବାହ ବାବଦକୁ ୫୦ ହଜାର ଲେଖାଏଁ ଟଙ୍କା, ୧୦ ଜଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଏବଂ ୯ ଜଣଙ୍କୁ ଅଣ-ସାଙ୍ଗଠନିକ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା l

 

LEAVE A REPLY

Please enter your comment!
Please enter your name here