ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ଓ କ୍ରାନ୍ତି ପକ୍ଷରୁ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି ।ଶୁକ୍ରବାର ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ପଡିଆ ଠାରେ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ମାନଙ୍କୁ ତମ୍ବାଖୁ ସେବନ ଦ୍ଵାରା କିପରି ଭୟଙ୍କର କ୍ୟାନ୍ସର ରୋଗ ହୋଇଥାଏ ତାହାକୁ ନେଇ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ତମ୍ବାଖୁ ବର୍ଜନ ପାଇଁ ଶପଥ ପାଠ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ଅଧ୍ୟକ୍ଷ ରଜତ ପାଣିଗ୍ରାହୀ, ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୋଟା, ଏମକେସିଜିର ଛାତି ଓ ଟିବି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଜିତ ଜେନା ଓ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଡାକ୍ତର ଦେବାନନ୍ଦ ଦାସଙ୍କ ସମେତ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।