ଧରାକୋଟ,ଗଙ୍ଗାପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଧରାକୋଟ ତାଳୁକା ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁର ପଂଚାୟତ ଓ ମଙ୍ଗଳପୁର ପଂଚାୟତର ମଧ୍ୟଭାଗ ରେ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱେର ମନ୍ଦିର ରେ ବିଶ୍ୱ ଶାନ୍ତି ପଞ୍ଚ ମହାଯଂଜ୍ଞ ଆରମ୍ଭ ହୋଇ ଯାଇଛି l ମଙ୍ଗଳବାର ପଣ୍ଡିତଙ୍କ ଦ୍ୱାରା ନଦୀ ତଟରେ ଗଙ୍ଗା ଆବାହନ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଶତାଧିକ ମହିଳା ନୂତନ ହରିଦ୍ରା ବସ୍ତ୍ର ପରିଧାନ କରି ମୁଣ୍ଡରେ ଜଳ ପୂର୍ଣ୍ଣ କଳସ ଧରି ଗ୍ରାମ ପରିକ୍ରମା ପରେ ନାମ ମନ୍ଦିର, ଯଂଜ୍ଞ ସାଲା ରେ ସଭିମନ୍ତ୍ରିତ ଜଳ କୁ ସ୍ଥାପନ କରିଥିଲେ l
ପ୍ରତ୍ୟେକ ୧୦ ବର୍ଷ ବ୍ୟବଧାନ ରେ ଏଭଳି ବିଶ୍ୱ ଶାନ୍ତି ମହା ଯଂଜ୍ଞ ଅନୁଷ୍ଠିତ ହୋଇଆସୁଛି l ଜଗତ ର ଗୋ ଧନ୍ୟ ବାଦଗୋ ସମ୍ପଦ ରକ୍ଷା, କୃଷି ର ଉନ୍ନତି, ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷ୍ୟl ନିମନ୍ତେ ଏଭଳି ଯଂଜ୍ଞ ଆୟୋଜିତ କରାଯାଇଛି l
ବାବା ଚନ୍ଦ୍ରଶେଖର ଙ୍କ ଅପାର କରୁଣl ରୁ ସମସ୍ତେ ଏହି ଯଂଜ୍ଞ ରେ ଗୁଣ୍ଡିଚା ମୂଷା ଭଳି ଲାଗି ପଡିଛନ୍ତି l ପୋଲିସ, ବ୍ୟାଙ୍କ, ସ୍ଵାସ୍ତ୍ୟ, ବ୍ଲକ, ତହସିଲ,ପକ୍ଷରୁ ମଧ୍ୟ ସହଯୋଗ ମିଳୁଛି l