ବିପ୍ଲବୀ ପରିକ୍ରମା ଡିଜିଟାଲ :- ବର୍ତ୍ତମାନ ମାର୍କେଟ୍କୁ ଖୁବଶୀଘ୍ର ବୁଲେଟ୍ର ବିକଳ୍ପ ଆସିବାକୁ ଯାଉଛି । ୯୦ ଦଶକରେ ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ୟାମାହା ଆରଏକ୍ସ ୧୦୦ ଲଞ୍ଚ୍ ହେବାକୁ ଯାଉଛି । ଚଳିତ ବର୍ଷ ଶେଷ ବେଳକୁ ଏହି ବାଇକ୍ ଲଞ୍ଚ୍ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛ । ବର୍ତ୍ତମାନ ଏହି ନୂଆ ବାଇକ୍ ନୂଆ ଷ୍ଟାଇଲ୍ ଏବଂ ଫିଚର୍ ସହ ଆସିବାକୁ ଯାଉଛି । ୯୦ ଦଶନ୍ଧିରେ ୟାମାହା ଆରଏକ୍ସ ୧୦୦ ବାଇକ ଆରୋହୀଙ୍କ ପାଇଁ ଏହା ଏକ ଡ୍ରିମ୍ ବାଇକ୍ ରହିଥିଲା । ସେତେବେଳେ ଏହା ଯୁବଗୋଷ୍ଠୀଙ୍କ ଅତ୍ୟନ୍ତ ପ୍ରିୟ ବାଇକ୍ ଥିଲା । ଆମେ ସେହି ସମୟକୁ ତୁଳନା କଲେ ଜାଣି ପାରିବା ଯେ, ୟାମାହା ଆରଏକ୍ସ ୧୦୦ ହେଉଛି ଏକ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ଲେଭଲ୍ ବାଇକ୍ । ସମସ୍ତେ ଏହି ବାଇକ୍ କିଣିବାକୁ ସ୍ୱପ୍ନ ଦେଖୁଥିଲେ । ଅଧିକାଂଶ ଲୋକେ ମଧ୍ୟ ଏହି ବାଇକ୍ ରେସିଂ ପାଇଁ କିଣୁଥିଲେ । କିନ୍ତୁ ସମୟ ସହିତ ଅପଡେଟ୍ ଅଭାବ ହେତୁ ବିଂଶ ଶତାବ୍ଦୀର ଆରମ୍ଭରୁ ଏହି ବାଇକ୍ ଉତ୍ପାଦନ ବନ୍ଦ କରିଥିଲା କମ୍ପାନି । ବର୍ତ୍ତମାନ ୨୪ ବର୍ଷ ପରେ ଏହି ବାଇକ୍ ପୁଣି ମାର୍କେଟ୍କୁ ଆସିବାକୁ ଯାଉଥିବା ମିଡିଆ ରିପୋର୍ଟ ଆସୁଛି । ନୂଆ ୟାମାହା ଆରଏକ୍ସ ୧୦୦ ଏକ ୨୦୦ ସିସି ଇଞ୍ଜିନ୍ ସହ ଲଞ୍ଚ୍ ହୋଇପାରେ । କିନ୍ତୁ ଅନେକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ, ଏହା ଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି । ୟାମାହା ମଧ୍ୟ ଏହାର ନୂତନ ବାଇକ୍ରେ ବହୁତ ଭଲ ଫିଚର ପ୍ରଦାନ କରିବାକୁ ଯାଉଛି । ଏଥିରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ କ୍ଲଷ୍ଟର ରହିବ ଯାହା ଏହି ବାଇକ୍କୁ ଆହୁରି ସୁନ୍ଦର କରିବ । ଏହା ବ୍ୟତୀତ ଏଥିରେ ଏଲଇଡି ହେଡଲାଇଟ୍ ଏବଂ ଇଣ୍ଡିକେଟର ଦିଆଯିବ । ୨୦୦ ସିସି ଇଞ୍ଜିନ୍ ସହ ଲଞ୍ଚ୍ ହେଉଥିବାରୁ ଏହି ବାଇକ୍ରେ ଅଧିକ ମାଇଲେଜ୍ ଆଶା କରିପାରିବେ ନାହିଁ । କିନ୍ତୁ ଏହାର ରୋଡ୍ ପ୍ରେଜନ୍ସ ଅନ୍ୟ ବାଇକ୍ ଅପେକ୍ଷା ନିଆରା ରହିବ ।