ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲା ଯଶିପୁର ବଜାର ଦେଇ ଚୋରା ଗଞ୍ଜେଇ ଗାଡି ପାର ହେଉଥୁବା ସମୟରେ ଆଜି ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଯଶିପୁର ଥାନ ଅଧିକାରିଣୀ ସଂଯୁକ୍ତା ମହାଳିକଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୋଡ଼ାଇ ଗୋଡାଇ ଗଞ୍ଜେଇ ଭର୍ତି ଗାଡ଼ି ଜବତ କରିବା ସହିତ, ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ମାଫିଆଙ୍କ ଗତିବିଧି ଉପରେ ନଜର ରଖୁଥୁଲା ଯଶିପୁର ପୋଲିସ । ଆଜି ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ୪୯ ନଂ ଜାତୀୟ ରାଜପଥ କଡ଼ରେ ଥାନା ଅଧିକାରିଣୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଛକି ବସିଥିଲା l
ହଠାତ୍ ପୋଲିସକୁ ଦେଖି ମାଫିଆମାନେ ଗାଡ଼ି ବୁଲାଇ ଯଶିପୁର ଥାନା ଅଙ୍ଗାରପଦା ଗାଁ ରାସ୍ତାରେ ପଶିଯାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗଡ଼େଇ ଗଡ଼େଇ ସେମାନଙ୍କୁ ମସିଣାବିଲା ଗାଁ ମୁଣ୍ଡରେ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨ଟି କାର ନଂ OD02CL3577 ଓ OD02CG6821 ସହିତ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ତେବେ ପୋଲିସ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଣିଆବନ୍ଧ ଥାନା ଅଞ୍ଚଳର ଅଭୟ ରାଉତ, ସିଦ୍ଧେଶ୍ଵର ସାହୁ ଓ ନିରାକାର ସାହୁ ବୋଲି ଜଣାପଡିଛି । ଏ ନେଇ ଯଶିପୁର ପୋଲିସ ମାମଲା ୧୭୬/୨୪ ରୁଜୁ କରି ଅଧୂକ ତଦନ୍ତ ଜାରି ରଖିଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଥାନରେ ପହଞ୍ଚି ଏହାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି |