ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରେଞ୍ଜ କେଶଡିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିରୁପଦା ଗ୍ରାମରେ ମଙ୍ଗଳବାର ସକାଳେ ଏକ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି।ଆକ୍ରମଣ ରେ ଗୁରୁତର ହୋଇଥିବା ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ମରା ପୂର୍ତ୍ତିଙ୍କର ପୁଅ କଣ୍ଡେରାମ ପୂର୍ତ୍ତି ୨୨ ବର୍ଷର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଅଟୋ ଯୋଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ତେବେ ସୂଚନାରୁ ଯାହା ଜଣା ପଡିଛି କଣ୍ଡେରାମ ସକାଳେ ତାଙ୍କ ଧାନ ବିଲକୁ କାମ କରିବାକୁ ଯାଇଥିଲେ। ବିଲରେ କାମ କରୁଥିବା ସମୟରେ ବିଲକୁ ଲାଗି ଜଙ୍ଗଲ ଥିବାରୁ ଜଙ୍ଗଲ ଭିତରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କର ମୁଣ୍ଡ, ଗୋଡ ଓ ହାତରେ ଗଭୀର କ୍ଷତ ହୋଇଛି। ସେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଉଛନ୍ତି ।