ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରେଳ ଟ୍ରାକ ନିକଟରେ ପଡି ରହିଛି ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ, ମୁଣ୍ଡ – ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ବିଶାଖାପାଟଣା ଗୁଣୁପୁର ପାସେଞ୍ଜର ଟ୍ରେନରେ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣା ଘଟିବାର ଏକ ଘଣ୍ଟା ବିତିଯିବା ସୁଦ୍ଧା ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ବେଳେ ମୃତ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରେ ଅନୁମାନ କରାଯାଉଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ଅନୁମାନ କରାଯାଉଛି l