ଛୁରାମାଡ଼ରେ ଯୁବକ ମୃତ,ଆକ୍ରମଣକାରୀଦ୍ବୟ କୋର୍ଟ ଫରୱାର୍ଡ଼ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ :- ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡ ନାଚ ଯାତ୍ରାରେ ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଜଗଦୀଶ ପୂର୍ବରୁ ଏହି ଦଣ୍ଡନାଚରେ କାମ କରୁଥିଲେ । ଭୋଗ କହିବାକୁ ନେଇ ଯାତ୍ରା ଅଧିକାରୀ ,ତାଙ୍କ ପୁଅଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା ।ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଜଗଦୀଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।ଚିକିତ୍ସିତ ଅବସ୍ଥାରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳ ଓ ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଥାନା ଅଧିକାରୀ ବାବା ଶଙ୍କର ସରଫ ଘଟଣା ସ୍ଥଳରୁ ଆକ୍ରମଣକାରୀ ବାପା ଓ ପୁଅକୁ କାବୁ କରିଛି । ଥାନାରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବାପରେ ସେମାନଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଛି l

LEAVE A REPLY

Please enter your comment!
Please enter your name here