ପାଞ୍ଚଦିନିଆ ପୋଲିସ ରିମାଣ୍ଡରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ତ୍ରା  : କେନ୍ଦ୍ରୀୟ ଏଜେନସୀରୁ ନିର୍ଦ୍ଦେଶ ମିଳିବା ପରେ ଜ୍ୟୋତି ଗିରଫ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପାଞ୍ଚ ଦିନିଆ ପୋଲିସ ରିମାଣ୍ଡରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା । ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଜ୍ୟୋତିଙ୍କୁ ଗିରଫ କରିଛି ହିସାର ପୋଲିସ। ପାକର କିଛି ଗୁଇନ୍ଦା ଅଧିକାରୀ ତାଙ୍କ ସହ ଯୋଗାଯୋଗରେ ଥିବା ପ୍ରମାଣ ମିଳିଥିବା ସ୍ପଷ୍ଟ କରିଛନ୍ତି ହିସାର ଏସପି । କେନ୍ଦ୍ରୀୟ ଏଜେନସୀରୁ ନିର୍ଦ୍ଦେଶ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି ।

ଜ୍ୟୋତିଙ୍କର ଆର୍ଥିକ କାରବାର ତଥ୍ୟର ଯାଞ୍ଚ ଚାଲିଛି । ନିକଟରେ ଭାରତ- ପାକିସ୍ତାନ ଉତ୍ତେଜନା ବେଳେ ସେ ପାକ ଗୁଇନ୍ଦା ଅଧିକାରୀଙ୍କ ସହ ସଂପର୍କରେ ଥିଲେ ବୋଲି ଜଣାପଡ଼ିଛି । ସେ ବିଭିନ୍ନ ସମୟରେ ପାକିସ୍ତାନ, ଚୀନ ଓ ବାଲି ଗସ୍ତ କରିଛନ୍ତି । ତାଙ୍କ ବିଦେଶ ଭ୍ରମଣ ତଥ୍ୟାବଳୀରୁ ଆୟର ଖୋଳତାଡ଼ କରାଯାଉଛି l ପାକିସ୍ତାନ ଯିବା ପାଇଁ ମଧ୍ୟ ତାଙ୍କୁ ଆର୍ଥିକ ସହଯୋଗ ମିଳିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜ୍ୟୋତିର କିଛି ସୂଚନାପ୍ରଦାନକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି । ଏବେ ପାକ ଗୁଇନ୍ଦା ଅଧିକାରୀମାନେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ପ୍ରଭାବିତ କରି ତଥ୍ୟ ହାସଲ କରୁଥିବା ଜଣାପଡ଼ିଥିବା କହିଛନ୍ତି ହିସାର ଏସପି । ଏଯାଏ ଗୁଇନ୍ଦାଗିରି ଅଭିଯୋଗରେ ମୋଟ ୧୦ଜଣଙ୍କୁ ଗିରଫ କରାଯାଇଛି । ହରିଆନାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ୟୁଟ୍ୟୁବ ଚ୍ୟାନେଲ ଓ ଇନଷ୍ଟାଗ୍ରାମ ଫଟୋକୁ ଆଧାର କରି ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଜ୍ୟୋତିଙ୍କ ୟୁଟ୍ୟୁବ ଚ୍ୟାନେଲ ଟ୍ରଭେଲ ୱିଥ ଜିଓରେ ୩ଲକ୍ଷ ୭୭ହଜାର ଫଲୋୟର୍ସ ରହିଥିବା ବେଳେ ଟ୍ରଭେଲ ୱିଥ ଜିଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକଲକ୍ଷ ୩୨ହଜାର ଫଲୋୟର୍ସ ରହିଛି ।

LEAVE A REPLY

Please enter your comment!
Please enter your name here