ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆଜି AIDSO ନେତୃତ୍ୱରେ ଆର.ଜି. କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ସହିତ କ୍ୟାମ୍ପସ୍ ଓ ବାହାରେ ଛାତ୍ରୀ ତଥା ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା, ଶିକ୍ଷାକ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, ସରକାରୀ ଶିକ୍ଷାକୁ ସୁରକ୍ଷିତ କରିବା, ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷାକର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତରେ ପୂରଣ କରିବା,ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକ ତୁରନ୍ତ ଖୋଲିବା, ଶିକ୍ଷାଧ୍ୱସଂକାରୀ ଜାତୀୟ ଶିକ୍ଷାନୀତି-୨୦୨୦କୁ ଦୁରନ୍ତ ବାତିଲ କରିବା, ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା,ସମସ୍ତ ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ପାସ୍ ଯୋଗାଇଦେବା ଇତ୍ୟାଦି ଦାବିରେ ଏକ ବିଶାଳ ଶୋଭଯାତ୍ରାରେ ଛାତ୍ରଛାତ୍ରୀମାନେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ନିକଟରୁ ବାହାରି ପ୍ରକାଶମ ହଲ ରେ ପହଞ୍ଚିଥିଲେ। ପରେ ସେଠାରେ ଜୋନାଲ କନଭେନସନରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ୬ ଟି ଜିଲ୍ଲା ର କାର୍ଯ୍ୟକର୍ତ୍ତା ଏବଂ ସହ ସହ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ସରକାର ଯଦି ଆମ ଦାବି ନ ଶୁଣନ୍ତି ତାହେଲେ AIDSO ପକ୍ଷରୁ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ କରିବୁ ବୋଲି ରାଜ୍ୟ ସଭାପତି ସୋମନାଥ ବେହେରା ଚେତାବନୀ ଦେଇଛନ୍ତି।