ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ଶ୍ରୀମୟୀ ମିଶ୍ର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଉଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଆଉ ଦାୟିତ୍ୱ ପାଇବା ଦିନଠୁ ଅପରାଜିତାଙ୍କୁ କାଉଁଣ୍ଟର କରୁଛନ୍ତି ଶ୍ରୀମୟୀ ।ଯାହା ଭୁବନେଶ୍ୱରର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କିନ୍ତୁ ଭୁବନେଶ୍ୱର ପାଇଁ ବିଜେଡିର ଏହି ସ୍ୱତନ୍ତ୍ର ରଣନୀତି କାହିଁକି? ଅପରାଜିତାଙ୍କୁ ଚେକ୍ ଦେବାକୁ ଶ୍ରୀମୟୀଙ୍କୁ ସାମ୍ନାକୁ ଅଣାଯାଇନି ତ? ୨୦୨୪ ନିର୍ବାଚନରେ ଅପରାଜିତାଙ୍କୁ ମାତ୍ ଦେବାକୁ ଶ୍ରୀମୟୀଙ୍କୁ ଅସ୍ତ୍ର ଭାବେ ଛଡାଯାଇଛି । ସିଏ ଏବେଠାରୁ ରାଜଧାନୀରେ ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ । ୨୦୧୯ରେ ବିଜେପି ମହିଳା କାର୍ଡ ଖେଳି ଭୁବନେଶ୍ୱର ଆସନକୁ ବିଜେଡି ହାତରୁ ଛଡାଇ ନେଇଥିଲା । ତେଣୁ ୨୦୨୪ରେ ଯେପରି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ବିଜେଡି ମଧ୍ୟ ଭୁବନେଶ୍ୱର ଆସନରେ ମହିଳା କାର୍ଡ ଖେଳିବ ବୋଲି ନବୀନ ରଣନୀତି କରିଛନ୍ତି ।ତେବେ ୨୦୨୪ରେ ଚେହେରା କିଏ ? ଭୁବନେଶ୍ବର ଲୋକସଭା ଆସନକୁ ନେଇ ଦଳରେ ଚର୍ଚ୍ଚା ଚାଲିଥିବା ବେଳେ ମଙ୍ଗଳବାର ଦିନ ଉତ୍ତର ବିଧାନସଭା କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକଙ୍କ ସହ ଭୁବନେଶ୍ଵର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର। ହେଲେ ସେଠାରେ କର୍ମୀ ନାରା ଦେଇଥିଲେ, ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ଜିନ୍ଦାବାଦ। ବର୍ତ୍ତମାନ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଥିବା ଶ୍ରୀମୟୀ ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି।ଏସବୁ ଭିତରେ ଦୁଇ ତିନି ମାସ ହେବ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବେଶ ସକ୍ରିୟ ଅଛନ୍ତି ଏହି ନେତ୍ରୀ। ବିଧାନସଭା କ୍ଷେତ୍ରରେ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତି ବି ଦେଖିବାକୁ ମିଳୁଛି। ତେଣୁ ବିଜେଡି ଏହି ମହିଳା ଚେହେରାଙ୍କୁ ପ୍ରୋଜେକ୍ଟ କରିପାରେ ବୋଲି ଚର୍ଚ୍ଚା ଭିତରେ ଏହି ଭିଡିଓ ସେଭଳି କିଛି ଇସାରା ବି କରୁଛି। ଫାଷ୍ଟ ଏଣ୍ଟ୍ରିରେ ସକ୍ସେସ ହୋଇଥିବା ଅପରାଜିତାଙ୍କୁ ପୁଣି ରିପିଟ କରିପାରେ ବିଜେପି। ଅପରାଜିତା ବି ନିଜ ନିର୍ବାଚନ କ୍ଷେତ୍ରରେ ବି ବେଶ ସକ୍ରିୟ ରହିଛନ୍ତି। ୨୦୧୯ରେ ଭୁବନେଶ୍ଵର ଲୋକସଭା ଅଧୀନରେ ବିଜେପି କୌଣସି ବିଧାନସଭା ଆସନ ଜିତି ନଥିଲେ ବି ବାଜି ମାରିଥିଲେ ଅପରାଜିତା। ଏବେ ବି ଅପରାଜିତା ବେଶ ଆକ୍ଟିଭ ଥିବା ବେଳେ ତାଙ୍କର ପ୍ରାର୍ଥିତ୍ଵ ନେଇ ବି ନେତା କନ୍ଫିଡେନ୍ସ ଅଛନ୍ତି। ଗତଥର ପ୍ରାର୍ଥୀ ଦେଇନଥିବା କଂଗ୍ରେସରୁ ଏଥର କିଏ ତାହା ଏବେବି ସନ୍ଦେହରେ।ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହେବା ପରେ ଆଗାମୀ ନିର୍ବାଚନରେ ଦଳୀୟ ଭିତ୍ତିରେ ଅଧିକରୁ ଅଧିକ ମହିଳା ପ୍ରାର୍ଥୀ ଦେବାକୁ ଉଦ୍ୟମ କରିପାରନ୍ତି ତିନି ଦଳ। ଭୁବନେଶ୍ୱରରେ ବି ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here