ଜାମ୍ମୁ କାଶ୍ମୀରର ଆଇନ ଶୃଙ୍ଖଳା ଭାର ସମ୍ଭାଳିବେ ରଶ୍ମୀରଞ୍ଜନ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ) ଓଡ଼ିଆ ପୁଅକୁ ବଡ଼ ଦାୟିତ୍ୱ । ଜାମ୍ମୁ କାଶ୍ମୀର ପରି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଆଇନ ଶୃଙ୍ଖଳା ଭାର ସମ୍ଭାଳିବେ । ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମିରଂଜନ ସ୍ୱାଇଁଙ୍କୁ ଜମ୍ମୁ ଓ କାଶ୍ମୀରର ଇନଚାର୍ଜ ଡିଜି ଦାୟିତ୍ୱ । ଓଡିଶାର ରଶ୍ମି ରଂଜନ ନଭେମ୍ବର ପହିଲାରୁ ଦାୟିତ୍ୱ ନେବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 1991 କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଂଜନ ସ୍ୱାଇଁଙ୍କୁ ଜମ୍ମୁକଶ୍ମୀରର ନୂତନ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ନିର୍ଦ୍ଦେଶନାମା ଜାରି ହୋଇଛି । ପୂର୍ବରୁ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଂଜନ ସ୍ୱାଇଁ ନଭେମ୍ବର ପହିଲା 2023 ଠାରୁ ଜମ୍ମୁକଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।ବର୍ତ୍ତମାନ ଜାମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଥିବା ଦିଲବାଗ ସିଂ ଆସନ୍ତା ଅକ୍ଟୋବର 31 ରେ ଅବସର ନେବାକୁ ଥିବାବେଳେ ତାଙ୍କ ସ୍ଥାନରେ ରଶ୍ମିରଂଜନ ଦାୟିତ୍ୱ ନେବେ ।ରଶ୍ମିରଞ୍ଜନ ରାଉରକେଲାର ମୂଳ ବାସିନ୍ଦା । ନ୍ୟାସନାଲ ପୋଲିସ୍ ଏକାଡେମୀ ରେ ତାଲିମ ସମାପ୍ତ କରିବା ପରେ ତାଙ୍କୁ ସର୍ବୋତ୍ତମ କ୍ୟାଡେଟ୍ ପୋଲିସ୍ ଅଧିକାରୀ ସମ୍ମାନ ମିଳିଥିଲା । ଶ୍ରୀ ସ୍ୱାଇଁ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଥିଲେ । 2001 ରୁ 2003 ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ 2003 ରୁ 2004 ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବରେ କାର୍ଯ୍ୟ କରିଥିଲେ । ସେ ଲେହ, ପୁଞ୍ଚ ଏବଂ ରାମବନରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଥିଲେ । ଜୁନ୍ 2020 ରେ ତାଙ୍କୁ ସିଆଇଇଡି ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସିଆଇଡି ଭାବରେ ପଦୋନ୍ନତି ଦିଆଯାଇଥିଲା । ବିଶେଷ କରି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ମୁକାବିଲା ଏବଂ ଆତଙ୍କୀ ନିପାତ କ୍ଷେତ୍ରରେ ରଶ୍ମିରଞ୍ଜନଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି ।

LEAVE A REPLY

Please enter your comment!
Please enter your name here