ଦିନକ ପରେ ଆରମ୍ଭ ହେବ ଧର୍ମର ମାସ । ଶନିବାର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ଆମିଷ ବଜାରରେ ଜମିଲାଣି ଭିଡ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଆଜି ଆମିଷ ବାଜାରରେ ଲାଗିଛି ନିଆଁ। ଆଜି ଆମିଷ ବାର ଥିବାରୁ ପ୍ରତ୍ୟେକ ଲୋକେ ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନି । ତେଣୁ ଆଜି ବିଭନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଜମିବ । ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଭିଡ଼ ଜମିବ ।କାର୍ତିକ ମାସ ଆରମ୍ଭ ହେଉଥିବାରୁ ପ୍ରାୟ ଅନେକ ଲୋକଙ୍କ ଘରେ ମାସେ କାଳ ଆମିଷ ପଶିବନି । ଆଜି ଆମିଷ ଖାଇବାର ଶେଷ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଘରକୁ ଆମିଷ କିଣିନେବାକୁ ରୁଚି ରହିଛି ।ଗ୍ରାହକଙ୍କ ମନଜାଣି ବେପାରୀ ବାହାରୁ ମାଛ ମାଂସ ଆମଦାନୀ କରିଛନ୍ତି । ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ଆମିଷ। ଭାକୁର ମାଛ ଦର ୨୫୦ ଟଙ୍କା ଥିବା ବେଳେ, ରୋହି ୨୦୦ ଏବଂ ଚିଙ୍ଗୁଡ଼ି ଦର ୫୦୦ ଟଙ୍କା ରହିଛି। ସେହିପରି ଚୁନା ମାଛରେ ହାତ ମାରିହେଉନି। ଏଥିସହ କଙ୍କଡା ୧୦୦୦ ଟଙ୍କା ଥିବାବେଳେ ଚିକେନ୍ ୨୫୦ ଟଙ୍କା ରହିଛି।ମଟନ ଦର ୮୦୦ ଟଙ୍କା ଥିବା ବେଳେ ଦେଶୀ କୁକୁଡା ୫୦୦, ବ୍ରଏଲର ୨୫୦, ବନରାଜ କୁକୁଡ଼ା ୨୨୦, ଚିଙ୍ଗୁଡ଼ି ଦର ୪୦୦ରୁ ୬୦୦, ଲୁଣି ମାଛ ୧୫୦ରୁ ୨୫୦, ଇଲସି ଦର ୧୦୦୦ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here