ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ପେଟ୍ରୋଲ ପମ୍ପରେ ପେଟ୍ରୋଲ ଠକେଇ ଅଭିଯୋଗ।ବାଇକ୍ ରେ କ୍ଷମତା ଠାରୁ ଫୁଏଲ ଟାଙ୍କିରେ ଅଧିକା ଧରିଲା ପେଟ୍ରୋଲ। ଓଜନ ଓ ମାପ ବିଭାଗର ତଦନ୍ତ, ପୁରା ଲାଇଭ ଡେମୋ କରି ଦେଖାଇଲେ ବାଇକ୍ ଚାଳକ, ପ୍ରଥମେ ଟାଙ୍କି ଭର୍ତି ପାଇ 721ଟଙ୍କା ବିଲ, ପରେ ଟାଙ୍କି ଖାଲି ପରେ ବିଲ 557, କାର୍ଯ୍ୟାନୁଷ୍ଠନ ଦାବି କଲେ ବାଇକ୍ ଚାଳକ, ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ଠକେଇ। ଯାଞ୍ଚ ବେଳେ ଓଜନ ଓ ମାପ ବିଭାଗ ଆଖିରେ ବି ଧୂଳି ଦେଇଦେଲେ ପେଟ୍ରୋଲ ପମ୍ପ ମାଲିକ। ଠକେଇ ଏମିତି ତରିକାରେ କରୁଛନ୍ତି ଯେ, ମାପ ବିଭାଗ ଅଧିକାରୀ ମାନେ ଆସି ଯାଞ୍ଚ ପରେ ବି ଧରାପଡୁନି ସତ୍ୟତା। ବ୍ରହ୍ମପୁର —ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁର ଠାରେ ଥିବା ଇଣ୍ଡିଆନ୍ ଅଏଲ୍ ଅନୁବନ୍ଧିତ ଶୁଭ୍ର କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପରେ ପେଟ୍ରୋଲ ମାପରେ ଠକେଇ ଅଭିଯୋଗ | ବାଇକର ପେଟ୍ରୋଲ ଟାଙ୍କିରେ ନିର୍ଦ୍ଧାଭିତ ପେଟ୍ରୋଲ ଧାରଣ କ୍ଷମତା ଠାରୁ କିଭଳି ଅଧିକ ପରିମାଣର ପେଟ୍ରୋଲ ଭର୍ତି ହେବା ନେଇ ଅଭିଯୋଗ କରିଛନ୍ତି ବାଇକ୍ ଚାଳକ ଜଗନ୍ନାଥ ସାହୁ। ଏନେଇ ସେ ବ୍ରହ୍ମପୁର ଉପଜିଲ୍ଲାପାଳ, ଓଜନ ଓ ମାପ ବିଭାଗରେ ଅଭିଯୋଗ କରିଥିଲେ । ଗତକାଲି ବ୍ରହ୍ମପୁର ଅଞ୍ଚଳର ଜଗନ୍ନାଥ ସାହୁ ନିଜ ବାଇକ ଯୋଗେ ଗୋପାଳପୁର ଯାଇଥିଲୋ ସେଠାରୁ ଫେରିବା ବେଳେ ଶୁଭ୍ର କେଏସକେରେ ପେଟ୍ରୋଲ ଭର୍ତି କରିଥିଲେ । ତାଙ୍କ ବାଇକ ଟିଭିଏସ୍ ଏନ୍ଟର୍କରେ ୬.୯ ଲିଟର ପେଟ୍ରୋଲ ଭର୍ତି ହୋଇଥିବା ବେଳେ ୭୨୧ଟଙ୍କାର ବିଲ୍ ଦେଇଥିଲେ ତେବେ ଜଗନ୍ନାଥଙ୍କ ଅଭିଯୋଗ ହେଲା, ତାଙ୍କ ବାଇକ ଫୁଏଲ୍ ଟାଙ୍କିର ପେଟ୍ରୋଲ ଧାରଣ କ୍ଷମତା ୫.୮ ଲିଟର ହୋଇଥିବା ବେଳେ କିଭଳି ୬.୯ ଲିଟର ପେଟ୍ରୋଲ ଭର୍ତ୍ତି ହେଲା I ତେବେ ପେଟ୍ରୋଲ ପମ୍ପ ପକ୍ଷରୁ ଠକେଇ କରିଥିବା ଅଭିଯୋଗ କରିଛନ୍ତି ବାଇକ ଆରୋହୀ,ଏନେଇ ଓଜନ ଓ ମାପ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଦୁଇ ଜଣ ଅଧିକାରି ଆସି କେବଳ ପମ୍ପ ଯାଞ୍ଚ କରିଥିଲେ। ସେଥିରେ ସବୁ ଠିକ୍ ଥିବା ଦର୍ଶାଇଥିଲେ। ପରେ ଜଗନ୍ନାଥ ବାଇକ୍ କୁ ନେଇ ଟିଭିଏସ ଶୋ ରୁମ୍ ଯାଇ ପୁରା ଫୁଏଲ ଟାଙ୍କି ଖାଲି କରି ମାପର କରିଥିଲେ ଲାଇଭ ଡେମୋ। ଯାହାର ମାପ 5.6 ଲିଟର। ପରେ ପୁଣି ଥରେ ଜଗନ୍ନାଥ ଯାଇଥିଲେ ଶୁଭ୍ର ଏସକେଏସ ପେଟ୍ରୋଲ ପମ୍ପକୁ । ସେଠାରୁ ଯାଇ ପୁଣି ଥରେ ଟାଙ୍କି ଭର୍ତି କରିଥିଲେ। ପୁରା ଭର୍ତି ହେବା ପରେ ବିଲ ମାତ୍ର 577 ଟଙ୍କା ହୋଇଥିଲା। ଏବେ ପ୍ରଶ୍ନ ଉଠିଛି କିଭଳି ଉପାୟ ରେ ଠକୁଛି ପେଟ୍ରୋଲ ପମ୍ପ। ତେବେ ଏନେଇ ପେଟ୍ରୋଲ ପମ୍ପ ମାଲିକଙ୍କୁ ପ୍ରତିକ୍ରିୟା ମାଗିବା ବେଳେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷରେ ଏହାର ସଠିକ୍ ତଦନ୍ତ କରି ଅଭିଯୁକ୍ତ ବିରୋଧ ରେ କାର୍ଯ୍ୟାନୁଷ୍ଠନ ନେବାକୁ ଅନୁରୋଧ କରିଛନ୍ତି ଜଗନ୍ନାଥ। ଏଥି ସହ ଆଗାମୀ ଦିନରେ କଞ୍ଜୁମର କୋର୍ଟ ଓ ଗୋପାଳପୁର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।