ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି । ଆଇପିଏସ ବି. ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିଛି । ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ହେଲେ ବି. ରାଧିକା । ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହୋଇଛନ୍ତି କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ୧୯୮୯ ବ୍ୟାଚର ଆଇପିଏସ୍‌ ବି. ରାଧିକା। ଏଥି ସହିତ ସେ ଏସଏଫଏସଏଲ ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଥିବା ୨୦୦୪ ବ୍ୟାଚର ଆଇପିଏସ୍‌ ଆଶିଷ ସିଂଙ୍କୁ ଓପିଏଚଡବ୍ଲସି ର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥି ସହିତ ୨୦୦୧ ବ୍ୟାଚର ଆଇପିଏସ୍‌ ଏସ୍‌. ସାଇନିଙ୍କୁ ସିଏଡବ୍ଲ ଏବଂ ସିଡବ୍ଲ ର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here