ମୋବାଇଲକୁ ଆସୁଛି ହାଇଆଲର୍ଟ ମେସେଜ୍, ଥରୁଛି ମୋବାଇଲ୍, କାହିଁକି ଜାଣନ୍ତୁ…

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ହଠାତ୍ ଲୋକଙ୍କ ମୋବାଇଲ ଫୋନକୁ ଆସୁଛି ‘ଏମର୍ଜେନ୍ସି ଆଲର୍ଟ’ । ଏହି ମେସେଜ ଆସିବା ସମୟରେ ମୋବାଇଲରେ ଭିନ୍ନ ଶବ୍ଦ ଓ କମ୍ପନ ସୃଷ୍ଟି ହେଉଛି । ଏହି ମେସେଜ୍ ଦେଖିବା ପରେ ପରେ ଅନେକ ଲୋକ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ମେସେଜ କେଉଁଠି ଆସୁଛି ଓ ଏହା ପଛର ଉଦ୍ଦେଶ୍ୟ କ’ଣ ସେନେଇ ସମସ୍ତେ ଅବଗତ ହୋଇଥିଲେ ।ସୂଚନା ମୁତାବକ, ଏହି ‘ଏମର୍ଜେନ୍ସି ଆଲର୍ଟ’ କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ ଦ୍ୱାରା ପଠାଯାଉଛି । ମେସେଜ୍ ଆସିବା ସମୟରେ ମୋବାଇଲ ଫୋନ୍ ଅଚାନକ ଭାଇବ୍ରେଟ ହେଉଛି । ଆଜି ସକାଳ ୧୧ଟା ୩୦ ସମୟରୁ ଲୋକଙ୍କ ମୋବାଇଲକୁ ଏହି ମେସେଜ ଆସୁଥିବା ଜଣାପଡ଼ିଛି । ଗତ ଅଗଷ୍ଟ ମାସରେ ପ୍ରଥମ ଥର ଏହାର ପରୀକ୍ଷା କରାଯାଇଥିବା ବେଳେ ଏହା ମଧ୍ୟରେ ୬ ଥର ପରୀକ୍ଷା କରାଯାଇ ସାରିଲାଣି । ଟେଲିକମ୍ ବିଭାଗ ପକ୍ଷରୁ ସାରା ଦେଶରେ ଏହି ପରୀକ୍ଷା କରାଯାଉଛି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଏହି ମେସେଜ ଆସୁଛି । ମେସେଜ୍ ଆସିବା ପୂର୍ବରୁ ମଧ୍ୟ ମେସେଜ୍ ଜାରି କରାଯାଇ ଲୋକଙ୍କୁ ଆଗୁଆ ସତର୍କ କରି ଦିଆଯାଇଥିଲା । ମେସେଜରେ ଲେଖାଅଛି, ‘ଏହା ହେଉଛି ଟେଲିକମ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ସେଲ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୂନା ପରୀକ୍ଷା ବାର୍ତ୍ତା । ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ, କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେ ନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଲ୍ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here